ଜାତୀୟ
ଇନ୍ଧନ ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ୨ଦିନିଆ ଧର୍ମଘଟ ଆରମ୍ଭ କଲେ ଦିଲ୍ଲୀର ଅଟୋ ଓ ଟ୍ୟାକ୍ସି ଚାଳକ

ନୂଆଦିଲ୍ଲୀ() ଦ୍ରୁତ ଇନ୍ଧନ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରି ଦିଲ୍ଲୀ ଅଟୋ ଏବଂ ଟ୍ୟାକ୍ସି ଚାଳକ ସଂଘର ସଦସ୍ୟମାନେ ଆଜି ଠାରୁ ୨ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି।
ଚାଳକ ସଂଘ ସବୁ ଯାତ୍ରୀ ଭଡ଼ା ବୃଦ୍ଧି ଏବଂ ‘ସିଏନ୍ଜି’ ଦର ହ୍ରାସ ପାଇଁ ଦାବି କରି ଆସୁଛନ୍ତି। ଗୋଟିଏ ଦିନ ଧର୍ମଘଟ କରିବେ ବୋଲି ଅଧିକାଂଶ ଚାଳକ ସଂଘ କହୁଥିବା ବେଳେ ‘ସର୍ବୋଦୟ ଡ୍ରାଇଭର୍ ଆସୋସିଏସନ୍ ଦିଲ୍ଲୀ’ର ସଦସ୍ୟମାନେ କହିଛନ୍ତି ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲୁ ରହିବ।
ସମୟାନ୍ତରରେ ଯାତ୍ରୀଭଡ଼ା ଦର ସଂଶୋଧନ କରିବା ପାଇଁ କମିଟି ଗଠନ କରିବା ଲାଗି ଦିଲ୍ଲୀ ସରକାର ଘୋଷଣା କରିବା ସତ୍ତ୍ବେ ଚାଳକ ସଂଘ ଧର୍ମଘଟ ପ୍ରତ୍ୟାହାର କରିବାକୁ ଅଗ୍ରାହ୍ୟ କରିଦେଇଛି।
