ଜାତୀୟଭାଇରାଲ୍ ଭିଡିଓ

କ୍ଲାସ୍ ରୁମ୍‌ରେ ଶିକ୍ଷୟତ୍ରୀଙ୍କ ଶୋଇବା ଭିଡିଓ ଭାଇରାଲ; ସୋସିଆଲ ମିଡିଆରେ ଅନେକ କରୁଛନ୍ତି ଥଟ୍ଟା

() ସୋସିଆଲ ମିଡିଆରେ ଏକ ଲଜ୍ଜାଜନକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଶୋଇଥିବାର ଦେଖିବାକୁ ମିଳୁଛି । ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ଚେୟାରରେ ଅତି ସୁନ୍ଦର ଭାବରେ ଶାନ୍ତିରେ ଶୋଇଥିବାର ଦେଖାଯାଉଛି | କେବଳ ଏତିକି ନୁହେଁ, ଶିକ୍ଷୟିତ୍ରୀଙ୍କ ନିକଟରେ ଜଣେ ଛାତ୍ରୀ ଛିଡା ହୋଇ ବିଞ୍ଚୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

 

View this post on Instagram

 

A post shared by Baat Bihar Ki (@baatbiharki)

ଏହି ଭିଡିଓଟି ବିହାରର ଏକ ସରକାରୀ ବିଦ୍ୟାଳୟର ବୋଲି ଜଣାପଡିଛି । ଯାହାକି ସରକାରୀ ବିଦ୍ୟାଳୟର ଅନ୍ଧକାର ବାସ୍ତବତାକୁ କହୁଛି । ଏହି ଭିଡିଓଟି ଇନଷ୍ଟାଗ୍ରାମରେ ଅପଲୋଡ୍ ହେବା ସହ କ୍ୟାପସନରେ ଲେଖାଯାଇଛି ଯେ, ‘ଶିକ୍ଷକ ବିହାରରେ ପିଲାମାନଙ୍କର ଭବିଷ୍ୟତକୁ ଅନ୍ଧକାରରେ ରଖି ଶାନ୍ତିରେ ଶୋଇଛନ୍ତି।’ ଏବେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଅନେକ ଥଟ୍ଟା କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com