Breaking NewsFeaturedଓଡ଼ିଶାଜାତୀୟବାଣିଜ୍ୟ

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଭୁଲ ତଥ୍ୟକୁ ଖଣ୍ଡନ କଲା SBI, ଦରକାର ନାହିଁ ପରିଚୟ ପତ୍ର

ଭୁବନେଶ୍ଵର: ଦେଶରୁ ୨ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଗତ ୧୯ ତାରିଖରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ। ଯୋହାକୁ ନେଇ ଅନେକ ମହଲରେ ଖେଳିଯାଇଥିଲା ଅଜଣା ଭୟ । ଗୋଟେପଟେ ୪ ମାସର ସମୟ ସୀମା ଥିବା ବେଳେ କେମିତି ଓ କିପରି ୨ ହଜାର ଟଙ୍କିଆ ନୋଟକୁ ବଦଳାଇବେ ତାକୁ ନେଇ ଆକାଉଣ୍ଟ ଧାରୀ ମାନେ ଚିନ୍ତାରେ ପଡିଯାଇଥିଲେ । କିନ୍ତୁ ଏବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତଥା ଏସବିଆଇ ଗ୍ରାହକଙ୍କ ଚିନ୍ତା ଦୂର କରିଛି । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏସବିଆଇ ଏକ ଗାଇଡଲାଇନ ଜାରି କରିଛି । ଯେଉଁଥିରେ ଦର୍ଶାଯାଇଛି ୨ ହଜାର ଟଙ୍କିଆ ନୋଟ ବିନିମୟ କିମ୍ବା ଜମା ସମୟରେ ଆଧାର କାର୍ଡ, ଭୋଟର୍‍ କାର୍ଡ, ପ୍ୟାନ୍‍, ପାସପୋର୍ଟ ଭଳି କୌଣସି ପରିଚୟ ପତ୍ରର ଆବଶ୍ୟକ ପଡିବନି।

ଥରକରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ ଜମା କିମ୍ବା ବିନିମୟ ହୋଇପାରିବ । ୨ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଆରବିଆଇ କହିବା ପରେ ସୋସିଆଲ ମିଡିଆରେ ଏକ ଭୁଲ ତଥ୍ୟ ଘୁରି ବୁଲୁଥିବା ଯେଉଁଥିରେ ଦର୍ଶା ଯାଇଥିଲା ୨ ହଜାର ଟଙ୍କିଆ ନୋଟ ବଦଳେଇବା ପାଇଁ ଏକ ଫର୍ମ ପୂରଣ କରିବା ସହ ଆଧାର କାର୍ଡ ଦାଖଲ କରିବାକୁ ପଡିବ । ଯାହାକୁ ନେଇ ଲୋକମାନେ ଦ୍ୱନ୍ଦ୍ୱରେ ଥିବା ବେଳେ ଲୋକଙ୍କ ଭ୍ରାନ୍ତ ଧାରଣା ଦୂର କରିଛି ଏସବିଆଇ । ଏହି ଗାଇଡଲାଇକୁ ଏସବିଆଇ ତାର ସମସ୍ତ ବ୍ରାଞ୍ଚକୁ ମଧ୍ୟ ପଠାଇଛି।

ତେବେ ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ ଲୋକମାନେ ଦିନକୁ ଯେକୌଣସି ସମୟରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ ବଦଳେଇ ପାରିବେ । ଏନେଇ ଜଣେ ବ୍ୟକ୍ତିଙ୍କୁ ଧାଡିରେ ଠିଆ ହେବାକୁ ପଡିବ । ସେହିପରି ଯଦି ପୁନର୍ବାର ସେମାନଙ୍କ ୨ ହଜାର ଟଙ୍କିଆ ନୋଟ ବଦଳେଇବା ପାଇଁ ଚାହିଁବେ ତାହେଲେ ପୁନଶ୍ଚ ସମାନ ଧାଡିରେ ଠିଆ ହୋଇପାରିବେ । କାରଣ ଥରେ ନୋଟ ବିନିମୟ କିମ୍ବା ଜମା କରିବା ପରେ ପୁନର୍ବାର ଧାଡିରେ ଠିଆ ହେବାନେଇ କୌଣସି ପ୍ରତିବନ୍ଧକ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com