ଅନ୍ତର୍ଜାତୀୟଜାତୀୟ

ଭାରତର ବୈଦେଶିକ ନୀତିକୁ ପ୍ରଶଂସା କଲେ ଇମ୍ରାନ

ନୂଆଦିଲ୍ଲୀ: ଇନ୍ଧନ ଦର ହ୍ରାସ କରିବା ପାଇଁ ଭାରତ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଇମ୍ରାନ ପ୍ରଶଂସା କରିଛନ୍ତି । ଇମ୍ରାନ୍ ଟୁଇଟ୍ କରି ଲେଖିଛନ୍ତି: ‘କ୍ବାଡ୍‌’ରେ ଥାଇ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ଚାପ ଏଡ଼ାଇ ଜନସାଧାରଣଙ୍କୁ ଆଶ୍ବସ୍ତି ଦେବା ଲାଗି ଭାରତ ରିହାତି ମୂଲ୍ୟରେ ରୁଷୀୟ ତୈଳ ଖରିଦ କଲା। ଅବାଧ ବୈଦେଶିକ ନୀତି ବଳରେ ଆମ ସରକାର ମଧ୍ୟ ଏଭଳି କରିବା ଲାଗି କାର୍ଯ୍ୟ କରିଥିଲା। ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରଶଂସା କରିଛନ୍ତି। ଅର୍ଥନୀତିକୁ ବିଶୃଙ୍ଖଳିତ କରି ଅଯଥା କାର୍ଯ୍ୟରେ ମାତିଥିବା କହି ଇମ୍ରାନ୍ ‘ପାକିସ୍ତାନ ମୁସ୍‌ଲିମ୍ ଲିଗ୍‌’ ନେତୃତ୍ବାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com