ଓଡ଼ିଶା

ମନରେଗା ଯୋଜନାରେ ମହା ଦୁର୍ନୀତି । ଅଭିଯୋଗ କଲେ ମଧ୍ୟ ନିଆଯାଉ ନାହିଁ କାର୍ଯ୍ୟାନୁଷ୍ଠାନ ।

ନିୟମିତ ଭାବେ ମନରେଗା ଯୋଜନାରେ ହେଉଛି ଦୁର୍ନୀତି । କେତେବେଳେ ହିତାଧିକାରୀଙ୍କ ଜାଗାରେ ମେସିନ୍‌କୁ କାମରେ ଲଗାଯାଉଛି ତ ଆଉ କେତେବେଳେ କାମ ନକରି ଟଙ୍କା ହଡ଼ପ ହେଉଛି । ତେବେ ଏହାରି ଭିତରେ ନୂଆପଡ଼ା ଜିଲ୍ଲାରେ ମନରେଗାରେ ହୋଇଛି ମହାଘୋଟାଲା । ଅଭିଯୋଗ କଲେ ମଧ୍ୟ ନିଆଯାଉ ନାହିଁ କାର୍ଯ୍ୟାନୁଷ୍ଠାନ । ସବୁଜାଣି ଚୁପ୍ ରହୁଛନ୍ତି ଉପରିସ୍ଥ ଅଧିକାରୀ । କେବଳ ଚୁପ୍ ରହିନାହାନ୍ତି ବରଂ ଘମଣ୍ଡ ଦେଖାଇ ବିଡ଼ିଓ କହିଛନ୍ତି ଯେ ଯାହା କହିବାର ଅଛି କୁହ ଯାହା କରିବାର ଅଛି କର ।

ଘଟଣା ଅନୁଯାୟୀ କେଶରାଜପୁର ହରିଜନପଡ଼ାଠାରୁ ବନୁଆପଡ଼ା ରାସ୍ତାକାମ ପାଇଁ ମନରେଗା ଯୋଜନାରେ ୯ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳ ୨ ସପ୍ତାହ ପୂର୍ବରୁ ମଞ୍ଜୁରୀ ହୋଇଛି । କିନ୍ତୁ ଏହି ରାସ୍ତା କାମରେ କୌଣସି ଶ୍ରମିକଙ୍କୁ ନିଯୁକ୍ତି କରାଯାଇ ନାହିଁ । ନା କାମ ହୋଇଛି ନା ସୂଚନା ଫଳକ ହୋଇଛି କିନ୍ତୁ ମାଷ୍ଟର ରୋଲ ଦାଖଲ କରି ୭ ଜଣ ଶ୍ରମିକଙ୍କ ନାଁରେ ଆଗୁଆ ୯୩୨୪ ଟଙ୍କା ଉଠାଣ ହୋଇଛି ।
ତେବେ ଏନେଇ ଗ୍ରାମବାସୀ ଅଭିଯୋଗ କଲା ପରେ ଆଜି ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ ଲଗେଇ ରାସ୍ତା କାମ ଆରମ୍ଭ କରାଯାଇଛି ।ଏହି ଖବର ପାଇବା ପରେ ଜିଲ୍ଳା ସଭାପତି ଭକ୍ତବନ୍ଧୁ ଧରୁଆ ,ଗ୍ରାମର ୱାର୍ଡ ସଭ୍ୟ ଓ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ବୋଡେ଼ନ ଯାଇ ବିଡିଓଙ୍କୁ ଅଭିଯୋଗ କରି ଦୃଢ଼ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । କିନ୍ତୁ ବିଡ଼ିଓ ତାଙ୍କ କଥା ବିଡିଓ କର୍ଣ୍ଣପାତ ନ କରିବାରୁ ଜିଲ୍ଲା ଶ୍ରମିକ ମହାସଙ୍ଘର ଆବାହକ ଶ୍ରୀ ପାଣିଗ୍ରାହୀ ବିଡିଓ ଙ୍କ କାର‌୍ୟ୍ୟାଳୟରେ ପହଞ୍ଚିଥିଲେ । ହେଲେ ତାଙ୍କୁ ମଧ୍ୟ ବିଡ଼ିଓ କହିଥିଲେ ଯାହାକୁ କହିବାର ଅଛି କୁହ , ଯାହା କରିବାର ଅଛି କର । ଏମିତି କହି ଗାଡ଼ିରେ ପଳାଉଥିଲେ । ତେବେ ପାଣିଗ୍ରାହୀଙ୍କ ସମେତ ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଡିଓଙ୍କୁ ଅଟକାଇଥିଲେ। ଏଥି ସହିତ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଥିଲେ ।

ଏହାପରେ ବିଡିଓ ବାଧ୍ୟହୋଇ ଏକ ଦୁଇ ଜଣିଆ ଟିମ ତଦନ୍ତ ପାଇଁ ପଠେଇଥିଲେ। ତଦନ୍ତକାରୀ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ବେହେରା ଓ ଅତିରିକ୍ତ ପୋଗ୍ରାମ ଅଧିକାରୀ ରବି ନାରାୟଣ ରାଉତ କାମ ନ କରି ଶ୍ରମିକଙ୍କ ନାମରେ ଟଙ୍କା ଉଠାଣ ହୋଇଥିବା ସ୍ୱୀକାର କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହା ପରେ କଣ ପଦକ୍ଷେପ ନେଉଛନ୍ତି ବଡିଓ ।

Related Articles

Back to top button
WP Twitter Auto Publish Powered By : XYZScripts.com