Breaking NewsFeaturedଓଡ଼ିଶାଶିକ୍ଷା

ଏଣିକି ପୁରୁଣା ପଦ୍ଧତିରେ ହେବ ମାଟ୍ରିକ ପରୀକ୍ଷା, କରୋନା ପାଇଁ ବଦଳିଥିଲା ନିୟମ

ଜୁଲାଇ ୩ରୁ ହେବ ସପ୍ଲିମେଣ୍ଟାରୀ ଏକ୍‌ଜାମ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା । ଏଣିକି ପୁରୁଣା ପଦ୍ଧତିରେ ହେବ ଦଶମ ବୋର୍ଡ ପରୀକ୍ଷା । ପୂର୍ବପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ । ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ ।

କୋଭିଡ ସମୟରେ ସମ୍ମେଟିଭ ଢାଞ୍ଚା ଆପଣେଇଥିଲା ବୋର୍ଡ। ଯାହାକୁ ଏବେ ବଦଳାଇ ଦିଆଯାଇଛି। ପୂର୍ବରୁ କରୋନା ପାଇଁ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିଲା । ଏବେ କରୋନା ମହାମୀରୀ ସମଗ୍ର ଦେଶରୁ ମୁକ୍ତ ହୋଇସାରିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପିଲାମାନେ ପୁଣିଥରେ ପୁରୁଣା ଢାଞ୍ଚାରେ ପରୀକ୍ଷା ଦେବେ ବୋଲି ପ୍ରେସମିଟ କରି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା।

ସେହିପରି ଇଣ୍ଟର୍‌ନାଲ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ। ଦଶମ ଶ୍ରେଣୀର ପିଲାମାନଙ୍କୁ ସମ୍ମେଟିଭ ଆସେସମେଣ୍ଟ-୧ ଏବଂ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବାକୁ ପଡ଼ିବ । ଅନ୍ୟପଟେ ନବମ ପାଇଁ ବାର୍ଷିକ ପରୀକ୍ଷା ହେବ । ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ । ଚଳିତ ବର୍ଷ କରାଯିବ ସପ୍ଲିମେଣ୍ଟାରୀ ପରୀକ୍ଷା। ଜୁଲାଇ ୩ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏଥିପାଇଁ ମେ ୨୬ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଫର୍ମ ଫିଲଅପ୍‌ ସୁବିଧା ଦିଆଯିବ ବୋଲି ଜଣାପଡ଼ିଛି।

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com