ଓଡ଼ିଶା

ଦିନକୁ ଦିନ ରାଉରକେଲାରେ ବଢ଼ିବାରେ ଲାଗିଛି ହଇଜା ମୃତ୍ୟୁସଂଖ୍ୟା

ଦିନକୁ ଦିନ ରାଉରକେଲାରେ ବଢ଼ିବାରେ ଲାଗିଛି ହଇଜା ମୃତ୍ୟୁସଂଖ୍ୟା । ହଇଜାରେ ଜଣେ କି ଦୁଇ ଜଣ ନୁହେଁ ୧୫ ଜଣଙ୍କ ଜୀବନ ଗଲାଣି । ହଇଜାକୁ ରୋକିବା ପାଇଁ ଯେତେ ଚେଷ୍ଟା ଓ ଯୋଜନା କରାଯାଉଥିଲେ ବି ହଇଜା ତାର କାୟା ବିସ୍ତାର କରିବାରେ ଲାଗିଛି ।

ଏ ପର୍ଯ୍ୟନ୍ତ ୧୨୬ ଜଣ ହଇଜା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପାଣି ଫୁଟାଇ ପିଇବା ସହିତ ସଚେତନତାର ସହିତ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଭିନ୍ନ ସ୍ଥାନରୁ ଜଳ ଓ ଖାଦ୍ୟ ନମୁନା ସଂଗ୍ରହ ମଧ୍ୟ କରାଯାଇଛି । ଦିନକୁ ଦିନ ହଇଜା ଯେତେ ବ୍ୟାପୁଛି ରାଉରକେଲାବାସୀମାନଙ୍କ ମନରେ ସେତେ ଆତଙ୍କ ଖେଳିଯାଉଛି । ଲୋକଙ୍କ ସଚେତନତା ପାଇଁ ବିଭିନ୍ନ ଟିମ୍ ଗଠନ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com