Featuredଜାତୀୟମନୋରଞ୍ଜନ

୨୪ ବର୍ଷ ବୟସରେ ଆଖି ବୁଜିଲେ ଏହି ଅଭିନେତ୍ରୀ, ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

ଭୁବନେଶ୍ୱର : ମନୋରଞ୍ଜନ ଜଗତରୁ ଗୋଟିଏ ପରେ ଗୋଟିଏ ଖରାପ ଖବର ଆସୁଛି । ଏହି ବର୍ଷ ମନୋରଞ୍ଜନ ଜଗତରୁ ଅନେକ ଜଣାଶୁଣା ଚେହେରା ଦୁନିଆକୁ ବିଦାୟ ନେଇସାରିଥିବା ବେଳେ ଏବେ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ବଙ୍ଗାଳୀ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମା ଆଉ ଆମ ମଧ୍ୟରେ ନାହାଁନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରେନ ଷ୍ଟ୍ରୋକ୍ ଯୋଗୁଁ ଅଭିନେତ୍ରୀଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସା ସମୟରେ ଆଣ୍ଡ୍ରିଲାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଆଣ୍ଡ୍ରିଲା ଶର୍ମା ଦୀର୍ଘ ସମୟ କୋମାରେ ଥିଲେ। ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଥିଲେ। ତେବେ ଆଣ୍ଡ୍ରିଲାଙ୍କ ମୃତ୍ୟୁ ଖବର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୃତ୍ୟୁ ବେଳକୁ ଆଣ୍ଡ୍ରିଲାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା। ସେ କର୍କଟ ଭଳି ଏକ ବିପଜ୍ଜନକ ରୋଗ ସହ ଲଢୁଥିଲେ। ତେବେ ଚିକିତ୍ସା ପରେ ଅଭିନେତ୍ରୀ କର୍କଟ ରୋଗକୁ ପରାସ୍ତ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ନଭେମ୍ବର ୨ ରେ ମସ୍ତିଷ୍କରେ ଆଘାତ ପାଇଥିଲେ, ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୪ ରେ, ଆଣ୍ଡ୍ରିଲା ଡାକ୍ତରଖାନାରେ ଏକାସାଙ୍ଗରେ ଅନେକ ହୃଦ୍‌ଘାତର ଶିକାର ହୋଇଥିଲେ। ଏହି କାରଣରୁ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ ଆଣ୍ଡ୍ରିଲା ଶର୍ମାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡିଲା। ତା’ପରେ ନଭେମ୍ବର ୨୦ ରେ, ଅଭିନେତ୍ରୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଣ୍ଡ୍ରିଲା ଶର୍ମା ଜୁମର ସିରିଏଲ ସହିତ ଟିଭିରେ ଡେବ୍ୟୁ କରିଥିଲେ। ତାଙ୍କର ସ୍ୱଳ୍ପ କ୍ୟାରିଅରରେ ସେ ଅନେକ ଟିଭି ସିରିଏଲରେ କାମ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com