ଜାତୀୟରାଜନୀତି

ହିମାଚଳ ପ୍ରଦେଶରେ ସରକାର ଗଢ଼ିବ କଂଗ୍ରେସ

ଭୁବନେଶ୍ୱର, ୦୮/୧୨/୨୦୨୨ –   ଗୁରୁବାର ଗୁଜରାଟ ଆଉ ହିମାଚଳ ପ୍ରଦେଶର ଫଳାଫଳ ପ୍ରକାଶ ପାଇଛି । ଗୁଜରାଟରେ ପୁଣିଥରେ ପଦ୍ମ ଫୁଟିଥିବା ବେଳେ ହିମାଚଳ ପ୍ରଦେଶରେ କଂଗ୍ରେସ ଶାସନକୁ ଫେରିଛି । କଂଗ୍ରେସ ଦେଇଥିବା କଥା ଅନୁସାରେ ଗୋଟିଏ ପ୍ରଦେଶକୁ ସେ ତାର ଆୟତକୁ ନେଇଛି । କଂଗ୍ରେସ କ୍ଷମତାକୁ ଆସିବା ପରେ ନିଜ ବିଧାନସଭା କ୍ଷେତ୍ରରୁ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହୋଇଛନ୍ତି । ତଥାପି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ଆମେ ଜନା ଦେଶକୁ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି । ଲୋକ ଯାହା ଚାହୁଁଛନ୍ତି ଆମେ ତାହାକୁ ସମ୍ମାନ ଦେଉଛୁ । ଚଳିତଥର ମୋଟ ୬୮ ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହା ସହିତ ଜୟରାମ ନୂଆ ସରକାରକୁ ଶୁଭକାମନା ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com