Featuredଅନ୍ତର୍ଜାତୀୟଜାତୀୟମନୋରଞ୍ଜନ

ସୀମା-ସଚିନ୍‌ଙ୍କ ପ୍ରେମ କାହଣୀକୁ ନେଇ ଆସିଲା ନୂଆ ଗୀତ …

 ସୋସିଆଲ ମିଡିଆରେ ହେଉଛି ଭାଇରାଲ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଛନ୍ତି ସୀମା ହାଇଦର । ଯାହାଙ୍କୁ ନେଇ ଖବର କାଗଜଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ସୋର୍ । ଆଉ ଏହା ମଧ୍ୟରେ ବିହାରର ଜଣେ ଗାୟକ ସୀମାଙ୍କ ଉପରେ ଏକ ଗୀତ ପ୍ରସ୍ତୁତ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି । କଳାକାର ରୌନକ ରତ୍ନଙ୍କ ଦ୍ୱାରା ପ୍ରସ୍ତୁତ ଗୀତ ସୁନା ହୈ ଆଶିକି ଲା ଦେତେ ହେ ଚାନ୍ଦ ତୋଡ଼ କେ … ଲୋକଙ୍କ ଦ୍ୱାରା ଖୁବ୍ ପସନ୍ଦ ହେଉଛି…

ନୋଏଡାରେ ରହୁଥିବା ସଚିନ ଏବଂ ପାକିସ୍ତାନରୁ ଆସିଥିବା ସୀମାଙ୍କ ପ୍ରେମ କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ସୀମା ନିଜ ଦେଶ ଛାଡ଼ି ନେପାଳ ରାସ୍ତା ଦେଇ ନିଜର ୪ ପିଲାଙ୍କ ସହ ଭାରତ ଆସିଛନ୍ତି । ଏହାକୁ ନେଇ ଲୋକଙ୍କ ପ୍ରତିକ୍ରିୟା ଅନୁସାରେ ରୌନକ ରତ୍ନ ଏକ ବ୍ୟଙ୍ଗ ଗୀତ ପ୍ରସ୍ତୁତ କରିଛନ୍ତି । ତେବେ ଥରୁଟେ ଶୁଣନ୍ତୁ କେମିତି ଏହି ଗୀତକୁ ଗାଉଛନ୍ତି ରୌନକ ।

ପାକିସ୍ତାନର ସୀମା ପବ୍‌ଜି ଖେଳୁ ଖେଳୁ ଭାରତୀୟ ଯୁବକଙ୍କ ସହ ପ୍ରେମ ହୋଇଥିଲା । ପ୍ରଥମେ ଉଭୟ ନେପାଳ ପହଞ୍ଚିଥିଲେ ଓ ସେମାନଙ୍କ କହିବା ଅନୁସାରେ ଉଭୟଙ୍କର ମନ୍ଦିରରେ ବିବାହ ହୋଇସାରିଛି । ଯେତେବେଳେ ସୀମା ନୋଏଡ଼ାର ରାବପୁରାରେ ପହଞ୍ଚିଥିଲେ ଘଟଣା ସମ୍ପର୍କରେ ପୁଲିସ୍ ଜାଣିବାକୁ ପାଇଥିଲା । ଏହା ପରେ ପୁଲିସ୍ ସୀମା ଓ ସଚିନ୍‌ଙ୍କୁ ଆରେଷ୍ଟ କରିଥିଲା । ପରେ କିନ୍ତୁ କୋର୍ଟ ଉଭୟଙ୍କୁ ମୁକ୍ତ କରିଥିଲା । ସୀମାଙ୍କର ଏହି ପୂରା ଘଟଣାକୁ ନେଇ ବିହାରର ସାରଣରେ ରହୁଥିବା ବାଳକଳାକାର ରୋନକ ରତ୍ନ ଏହି ଗୀତ ପ୍ରସ୍ତୁତ କରିଛନ୍ତି । ଏହାକୁ ସେ ବ୍ୟଙ୍ଗ ଶୈଳୀରେ ଉପସ୍ଥାପନ କରିଛନ୍ତି। ସୀମାଙ୍କ ଏହି ପ୍ରେମ କାହାଣୀକୁ ନେଇ ପାକିସ୍ତାନ ଓ ଭାରତର ଲୋକମାନେ ବିଭିନ୍ନ ପ୍ରକାରର ଟିପ୍ପଣୀ ଦେଇଛନ୍ତି । ଯାହାକୁ ରୋନକ ଗୀତ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି । ଏହି ଗୀତକୁ ରୋନକଙ୍କ ପିତା ରତ୍ନେଶ ଲେଖିଚନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com