ଜାତୀୟ

ୟୁଜର୍ସଙ୍କୁ ବଡ଼ ଝଟ୍‌କା ଦେଲା Paytm

ଡିଜିଟାଲ୍‌ ୱାଲେଟ୍‌ ପେମେଣ୍ଟ୍‌ ଲୋକଙ୍କୁ ଅନେକ ପ୍ରକାର ସୁବିଧା ପ୍ରଦାନ କରିଥାଏ। ହେଲେ ଏବେ ଡିଜିଟାଲ୍‌ ପେମେଣ୍ଟ କମ୍ପାନୀ ପେଟିଏମ୍‌ ୟୁଜର୍ସଙ୍କୁ ବଡ଼ ଝଟ୍‌କା ଦେଇଛି। ପେଟିଏମ୍‌ ମାଧ୍ୟମରେ କୌଣସି ମୋବାଇଲ୍‌ ରିଚାର୍ଜ କରୁଛନ୍ତି, ତା’ହେଲେ ଆପଣଙ୍କୁ ସର୍‌ଚାର୍ଜ ଦେବାକୁ ପଡ଼ିବ। ଅର୍ଥାତ୍‌ Paytm ଏବେ ମୋବାଇଲ୍‌ ରିଚାର୍ଜ ଉପରେ ସର୍‌ଚାର୍ଜ ନେବା ଆରମ୍ଭ କରିଛି। ଏହି ସର୍‌ଚାର୍ଜ ସମସ୍ତ ପ୍ରକାରର ପେମେଣ୍ଟ୍‌ ଯଥା- ପେଟିଏମ୍‌ ୱାଲେଟ୍‌ ବାଲାନ୍ସ, UPI, କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ମୋଡ୍‌ରେ ନିଆଯାଇଥାଏ। ୧ ଟଙ୍କାରୁ ୬ ଟଙ୍କା ମଧ୍ୟରେ ଏହି ସର୍‌ଚାର୍ଜ ଦେବାକୁ ପଡ଼ିପାରେ। Paytm ପୂର୍ବରୁ PhonePe ମୋବାଇଲ୍‌ ରିଚାର୍ଜ ଉପରେ ସର୍‌ଚାର୍ଜ ନେବା ଆରମ୍ଭ କରିଛି। ଏବେ Paytm ଯେଉଁ ୟୁଜରଙ୍କ ଠାରୁ ସର୍‌ଚାର୍ଜ ନେଉଛି, ରିଚାର୍ଜ ସମୟରେ ସମ୍ପୃକ୍ତ ଗ୍ରାହକଙ୍କ ପାଖକୁ ସର୍‌ଚାର୍ଜ ନେଇ ନୋଟିଫିକେସନ ପଠାଯାଉଛି। ୧୦୦ ଟଙ୍କାରୁ ଅଧିକ ସମସ୍ତ ଟ୍ରାଞ୍ଜାକ୍ସନ ଉପରେ ଏହି ସର୍‌ଚାର୍ଜ ଲାଗୁ ହୋଇଛି। ନିଜର Revenue ବଢ଼ାଇବା ଲାଗି ପେଟିଏମ୍‌ ୟୁଜରଙ୍କ ଠାରୁ ସର୍‌ଚାର୍ଜ ଆଦାୟ କରୁଛି ବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com