ଜାତୀୟ

ଗୁରୁବାର ନୂଆ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଗୁରୁବାର ନବୀକୃତ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଧାରଣ ଲୋକଙ୍କ ପାଇଁ ଏହା ଆସନ୍ତାକାଲିଠାରୁ ଖୋଲିବ । ଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ୱ କ୍ଷେତ୍ରକୁ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ କୁହାଯାଉଛି । ଏହି ଅଂଚଳରେ ରାଷ୍ଟ୍ରପତି ଭବନ, ନର୍ଥ ବ୍ଲକ, ସାଉଥ୍ ବ୍ଲକ, ରେଳ ଭବନ, ସଂସଦ ଭବନ, କୃଷି ଭବନ, ନିର୍ମାଣ ଭବନ, ପ୍ରତିରକ୍ଷା ଭବନ ଓ ହାଇଦ୍ରାବାଦ ହାଉସ୍ ପରି ଅନେକ ସରକାରୀ କୋଠା ରହିଛି । ଏହାସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ପ୍ରତିମୂର୍ତିର ମଧ୍ୟ ଉଦ୍ଘାଟନ କରିବେ । ଚଳିତ ବର୍ଷ ଜାନୁଆରୀ ୨୩ରେ ସମାନ ସ୍ଥାନରେ ସୁଭାଷ ବୋଷଙ୍କର ଏକ ହୋଲମାର୍କ ମୂର୍ତି ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ । ଏବେ ଏହାକୁ ଗ୍ରାନାଇଟ୍ ଦ୍ୱାରା ନିର୍ମାଣ କରାଯାଇଛି । ଏହାର ଉଚ୍ଚତା ୨୮ ଫୁଟ ହୋଇଥିବା ବେଳେ ଓଜନ ୬୫ ମେଟ୍ରିକ୍ ଟନ୍ ରହିଛି । ଇଣ୍ଡିଆ ଗେଟ୍ରୁ ରାଜପଥ ପର୍ଯ୍ୟନ୍ତ ଲମ୍ବିଥିବା ରାଜପଥକୁ ଏଣିକି କର୍ତବ୍ୟ ପଥ କୁହାଯିବ । ଏହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ଲୋକାର୍ପଣ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com