ଜାତୀୟରାଜନୀତି

ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଡ଼ିପାରିଲାନି ହେଲିକପ୍ଟର, ରାଲିରେ ପହଞ୍ଚିପାରିଲେ ନାହିଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି

ଚଡ଼ଣ୍ଡିଗ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଉଡ଼ିପାରିଲାନି ହେଲିକପ୍ଟର। ରାଲିରେ ପହଞ୍ଚିପାରିଲେ ନାହିଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି। ଏବେ ନିର୍ବାଚନ ଋତୁ ଚାଲିଥିବା ବେଳେ ଭୋଟ ହାତେଇବା ପାଇଁ ବିଭିନ୍ନ ଦଳ କରିବାରେ ଲାଗିଛନ୍ତି ପ୍ରତିଶ୍ରୁତି ବର୍ଷା। ଏଥିପାଇଁ କେଉଁଠି ରାଲି ତ କେଉଁଠି ଜନସଭାର ଆୟୋଜନ କରାଯାଉଛି। ଆସନ୍ତା ୨୦ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେ ସେଠାରେ ଜୋରଦାର ଚାଲିଛି ପ୍ରଚାର। ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ପ୍ରଚାର କରିପାରିନଥିବା ଜଣାପଡ଼ିଛି।
ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଲନ୍ଧରରେ ରାଲି କରିବା ପାଇଁ ଆସୁଥିବାରୁ ପଞ୍ଜାବରେ ଆଜି ‘ନୋ ଫ୍ଲାଏ ଜୋନ୍’ ଘୋଷଣା କରାଯାଇଛି। ଏଥିପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ହେଲିକପ୍ଟରକୁ ଚଣ୍ଡିଗଡ଼ର ରାଜେନ୍ଦ୍ର ପାର୍କରୁ ଉଡ଼ାଣ କରିବାକୁ ଅନୁମତି ଦିଆଯାଇ ନାହିଁ। ଏହି କାରଣରୁ ଚନ୍ନି ଆଜି ହୋଶିଆରପୁରରେ ହେବାକୁ ଥିବା ରାଲିରେ ଯୋଗ ଦେଇପାରିନାହାନ୍ତି।
ଏହି ଘଟଣାକୁ ସମାଲୋଚନା କରି କଂଗ୍ରେସ ନେତା ସୁନୀଲ ଜାଖରଙ୍କୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚନ୍ନି ରାଲିରେ ଯୋଗ ଦେବା ପାଇଁ ହୋଶିଆରପୁର ଆସିଥାନ୍ତେ। କିନ୍ତୁ ଲଜ୍ଜାଜନକ ବିଷୟ ଯେ, କ୍ଷମତାରେ ଥିବା ସରକାର ଜାଣିଶୁଣି ଚରଣଜିତ ସିଂ ଚନ୍ନିଙ୍କ ହେଲିକପ୍ଟରକୁ ଉଡ଼ିବାକୁ ଅନୁମତି ଦେଇନାହିଁ। ଯଦି ନିର୍ବାଚନ ଆୟୋଗ ଏଥିପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ମୁଁ ଜାଣିଯିବି ଯେ ଏହି ନିର୍ବାଚନ ଏକ ପ୍ରହସନ।

Related Articles

Back to top button
WP Twitter Auto Publish Powered By : XYZScripts.com