Featuredଜାତୀୟ

ଖ୍ରୀଷ୍ଟମାସ ଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ, ମଦ ବିକ୍ରିରେ ୩ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀ ଦିଲ୍ଲୀ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ନୂଆ ବର୍ଷର ଉତ୍ସବରେ ୪୫.୨୮ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିଲା। ପିଟିଆଇରୁ ମିଳିଥିବା ସୂଚନା ଅନୁଯାୟୀ, ଖ୍ରୀଷ୍ଟମାସ ଠାରୁ ନୂଆ ବର୍ଷ (ଡିସେମ୍ବର ୨୪ ରୁ ୩୧ ) ପର୍ଯ୍ୟନ୍ତ ଦିଲ୍ଲୀରେ ଏକ କୋଟିରୁ ଅଧିକ ବୋତଲ ମଦ ବିକ୍ରି ହୋଇଥିଲା, ଯାହାର ମୂଲ୍ୟ ୨୧୮ କୋଟିରୁ ଅଧିକ ଥିଲା। ଗତ ତିନିବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ରେକର୍ଡ ହୋଇଛି।

ସିନିୟର ଏକ୍ସାଇଜ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଡିସେମ୍ବର ୨୪ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୁଦାୟ ୧.୧୦ କୋଟି ମଦ ବୋତଲ ବିକ୍ରି ହୋଇଥିଲା । ଅଧିକାରୀଙ୍କ କହିବାନୁସାରେ, ଡିସେମ୍ବରରେ ଜାତୀୟ ରାଜଧାନୀରେ ୧୩ .୮ ଲକ୍ଷ ମଦ ବୋତଲର ହାରାହାରି ବିକ୍ରି ରେକର୍ଡ ହୋଇଥିଲା, ଯାହାକି ତିନି ବର୍ଷ ମଧ୍ୟରେ ସର୍ବାଧିକ ବିକ୍ରି ଥିଲା । ଏହା ସହ ଦିଲ୍ଲୀ ସରକାର ଡିସେମ୍ବରରେ ବିକ୍ରୟରୁ ୫୬୦ କୋଟି ଟଙ୍କା ଆୟ କରିଛନ୍ତି। ୨୦୨୧ ମସିହାରେ, ଡିସେମ୍ବରରେ ଦିଲ୍ଲୀରେ ୧୨.୫୨ ଲକ୍ଷ ବୋତଲ, ୨୦୨୦ ରେ ୧୨.୯୫ ଲକ୍ଷ ଏବଂ ୨୦୧୯ ରେ ୧୨.୫୫ ଲକ୍ଷ ବୋତଲ ବିକ୍ରି ହୋଇଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com