ଜାତୀୟ

ପୁଣି ଦୈନିକ ସଂକ୍ରମଣ କମିଲା, କିନ୍ତୁ ପଜିଟିଭିଟି ରେଟ୍‌ ବଢ଼ିଲା

ନୂଆଦିଲ୍ଲୀ() ଦେଶରେ ମହାମାରୀ କରୋନାର ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି। ହେଲେ ଟେଷ୍ଟ ପଜିଟିଭିଟି ରେଟ୍‌ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଉଛି। ବିଶେଷଜ୍ଞ ମତରେ ଦୈନିକ ଟେଷ୍ଟକୁ ଆଧାର କରି ଟିପିଆର ବା ପଜିଟିଭିଟି ରେଟ୍‌ ଆକଳନ କରାଯାଏ। ପଜିଟିଭିଟି ରେଟ୍‌ ବଢ଼ିବା ଅର୍ଥ କରୋନା ସଂକ୍ରମଣ ଏବେ ଉପର ମୁହାଁ ହୋଇ ରହିଛି। କେବଳ ଟେଷ୍ଟ ସଂଖ୍ୟା କମିଥିବାରୁ ଦୈନିକ ସଂକ୍ରମଣ ହ୍ରାସ ପାଉଛି ବୋଲି ସେମାନେ କହିଛନ୍ତି।

୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୩୪,୨୮୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଶନିବାର ୨,୩୫,୫୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ରମାଗତ ୬ ଦିନ ପାଇଁ ଦେଶରେ ୩ ଲକ୍ଷରୁ କମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୧୦,୯୨,୫୨୨କୁ ବୃଦ୍ଧି ପାଇଛି।

ସେହିପରି କରୋନା ମୃତ୍ୟୁ ତାଲିକାରେ ଆଉ ୮୯୩ ଜଣଙ୍କ ନାଁ ଯୋଡ଼ି ହୋଇ ଯାଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୯୪,୦୯୧କୁ ବୃଦ୍ଧି ପାଇଛି। ଦେଶର ମୃତ୍ୟୁହାର ୧.୨୦% ରହିଛି। ଦୈନିକ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହେଉଥିବା ଲୋକଙ୍କ ସଂଖ୍ୟା ପୁଣି ଥରେ ଅଧିକ ରହିଛି। ୨୪ ଘଣ୍ଟା ମଧ୍ୟରେ ୩,୫୨,୭୮୪ ଜଣ କରୋନାକୁ ମାତ ଦେଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୮୭,୧୩,୪୯୪କୁ ବଢ଼ିଛି। ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ହାର ମୋଟ ସଂକ୍ରମିତଙ୍କ ତୁଳନାରେ ୪.୫୯%।

ଗତକାଲି ତୁଳନାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୯,୩୯୬ କମ। ଏବେ ବିଭିନ୍ନ ହସ୍ପିଟାଲ ଓ ହୋମ ଆଇସୋଲେସନରେ ୧୮,୮୪,୯୩୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଦେଶର ଆରୋଗ୍ୟ ହାର ୯୪.୨୧% ରହିଛି। ତେବେ ପଜିଟିଭିଟି ରେଟ୍ ୨୪ ଘଣ୍ଟା ମଧ୍ୟରେ ବଢ଼ିଛି।

ଗତକାଲି ଟିପିଆର ୧୩.୩୯% ରହିଥିଲା। ହେଲେ ଆଜି ଏହା ୧୪.୫୦%ରେ ପହଞ୍ଚିଛି ଯାଇଛି। ଦିନକରେ ୧୬,୧୫,୯୯୬ଟି ନମୁନା ପରୀକ୍ଷା କରାଯାଇଛି। ସେହିପରି ସାପ୍ତାହିକ ପଜିଟିଭିଟି ରେଟ୍‌ ୧୬.୪୦% ରହିଛି।

ଅନ୍ୟପକ୍ଷରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜୋରଦାର ହୋଇଛି। ଏଯାଏ ୧,୬୫,୭୦,୬୦,୬୯୨ ଡୋଜର ଟିକାକରଣ ହୋଇଛି। ୨୪ ଘଣ୍ଟାରେ ୬୨,୨୨,୬୮୨ ଡୋଜ୍‌ ଟିକା ଲୋକଙ୍କୁ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com