Featuredଜାତୀୟ

ଏଣିକି ବ୍ୟାଙ୍କ୍ ଖାତାରୁ ମାତ୍ର ଉଠାଇ ହେବ ୫୦୦୦ ଟଙ୍କା !

ଯଦି ଆପଣଙ୍କର ବି ବ୍ୟାଙ୍କରେ ଆକାଉଣ୍ଟ ରହିଛି, ତେବେ ଆପଣ ୫୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ । ଏନେଇ ଆରବିଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
କେତେକ ସମବାୟ ବ୍ୟାଙ୍କଗୁଡିକର ଆର୍ଥିକ ଅବସ୍ଥା ଖରାପ ହେବାରୁ ଏହାକୁ ଦୃଷ୍ଟିରେ ଏଭଳି ନିୟମ ହୋଇଛି । କେବଳ ୫ଟି ବ୍ୟାଙ୍କ ବିରୋଧରେ ଏହି
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁଥିରୁ ୨ଟି ବ୍ୟାଙ୍କର ଗ୍ରାହକ କେବଳ
ସେମାନଙ୍କ ଆକାଉଣ୍ଟରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ତେବେ
ଏହି ନିୟମ ଆସନ୍ତା ୬ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଉର୍ବକୋଣ୍ଡା ସହକାରୀ ମ୍ୟୁନିସିପାଲିଟି ବ୍ୟାଙ୍କ, ଉର୍ବକୋଣ୍ଡା (ଅନନ୍ତପୁର ଜିଲ୍ଲା, ଆନ୍ଧ୍ରପ୍ରଦେଶ) ଏବଂ ଶଙ୍କରରାଓ ମୋହିତା ପାଟିଲ ସହକାରୀ ବ୍ୟାଙ୍କ, ଅକଲୁକ (ମହାରାଷ୍ଟ୍ର) ବ୍ୟାଙ୍କ ଉପରେ ଆରବିଆଇ ଲଗାଇଛି ପ୍ରତିବନ୍ଧକ । ଏହା ବ୍ୟତୀତ, ଏହି ବ୍ୟାଙ୍କଗୁଡିକ କୌଣସି ପ୍ରକାରର ଋଣ କିମ୍ବା ଅଗ୍ରୀମ ନବୀକରଣ କରିବାକୁ ସମର୍ଥ ହେବେ ନାହିଁ । ବ୍ୟାଙ୍କ ମଧ୍ୟ କୌଣସି ପ୍ରକାର ବିନିଯୋଗ କରିବାରେ ସକ୍ଷମ ହେବ ନାହିଁ । ଏଥ୍‌ସହ ଉଭୟ ବ୍ୟାଙ୍କ କୌଣସି ଚୁକ୍ତିନାମା କରିବାକୁ କିମ୍ବା ସେମାନଙ୍କ ସମ୍ପରି ବିକ୍ରୟ କିମ୍ବା ସ୍ଥାନାନ୍ତର କରିବାକୁ ସମର୍ଥ ହେବେ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com