ଜାତୀୟରାଜନୀତି

ଅନ୍ଧାରରେ ବୁଡ଼ିଯିବ କି ଦିଲ୍ଲୀ ? ପାୱାର ପ୍ଲାଣ୍ଟରେ ଆଉ ଗୋଟିଏ ଦିନ ପାଇଁ ଗଚ୍ଛିତ ରହିଛି କୋଇଲା, ଶକ୍ତି ମନ୍ତ୍ରୀଙ୍କ ସତର୍କ ସୂଚନା

ନୂଆଦିଲ୍ଲୀ() ଦେଶରେ ଘାରିଲାଣି କୋଇଲା ସଂକଟ। ଆଉ ଦିନକ ପରେ ହୁଏତ ଅନ୍ଧାରରେ ବୁଡ଼ିଯିବ ରାଜଧାନୀ ଦିଲ୍ଲୀ। କାରଣ ଆଉ ମାତ୍ର ସରିଯାଉଛି କୋଇଲା। ପ୍ଲାଣ୍ଟଗୁଡ଼ିକରେ ଆଉ ଗୋଟିଏ ଦିନ ପାଇଁ କୋଇଲା ଷ୍ଟକ ହୋଇ ରହିଛି। ସରିଗଲେ କଥା ସରିଲା। ପ୍ଲାଣ୍ଟରେ କୋଇଲା ଷ୍ଟକ ଆଉ ଗୋଟିଏ ଦିନ ପାଇଁ ରହିଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ଶକ୍ତିମନ୍ତ୍ରୀ ସତୈନ୍ଦ୍ର ଜୈନ୍।

ଏହା ପୂର୍ବରୁ କୋଇଲା ଅଭାବ ଯୋଗୁ ଦିଲ୍ଲୀର ହସ୍‌ପିଟାଲ୍‌ ଓ ମେଟ୍ରୋ ଟ୍ରେନ୍‌ଗୁଡ଼ିକୁ ନିୟମିତ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବ ବୋଲି ଦିଲ୍ଲୀ ସରକାର ସତର୍କ ସୂଚନା ଦେଇଥିଲେ। ଆଉ ଆଜି ମାତ୍ର ଗୋଟିଏ ଦିନ ପାଇଁ କୋଇଲା ଗଚ୍ଛିତ ରହିଛି ବୋଲି ଶକ୍ତିମନ୍ତ୍ରୀଙ୍କ ବୟାନ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ସତୈନ୍ଦ୍ର ଜୈନ କହିଛନ୍ତି “ ଇଲେକ୍ଟ୍ରିସିଟି ପାଇଁ କିଛି ବ୍ୟାକ୍‌ଅପ୍‌ ନାହିଁ କି ଏହାକୁ କୋଇଲା ଭଳି ଗଚ୍ଛିତ ରଖି ହେବ ନାହିଁ। ପ୍ରତିଦିନ ଏହାର ଉତ୍ପାଦନ କରାଯାଉଛି। ସାଧାରଣ ଦିନଗୁଡ଼ିକରେ ୨୧ ଦିନ ପାଇଁ କୋଇଲା ଗଚ୍ଛିତ କରି ରଖାଯାଏ। ତେବେ ଏନ୍‌ଟିପିସି ଦାଦ୍ରି ଏବଂ ଉଞ୍ଚାହାର ଭଳ ଅନେକ ପାୱାର ପ୍ଲାଣ୍ଟରେ ବର୍ତ୍ତମାନ ଆଉ ଗୋଟିଏ ଦିନ ପାଇଁ କୋଇଲା ଗଚ୍ଛିତ ରହିଛି।” ତେଣୁ କୋଇଲା ଯୋଗାଇବାକୁ କେନ୍ଦ୍ର ସରକାରକୁ ନିବେଦନ କରିଛନ୍ତି ଦିଲ୍ଲୀ ଶକ୍ତି ମନ୍ତ୍ରୀ।

Related Articles

Back to top button
WP Twitter Auto Publish Powered By : XYZScripts.com