କ୍ରୀଡ଼ା

ଭାରତୀୟ ପୁରୁଷ ହକି ଦଳର ନୂଆ ପ୍ରଶିକ୍ଷକ ହେଲେ କ୍ରେଗ ଫୁଲଟନ୍

ନୂଆଦିଲ୍ଲୀ, ୦୩/୦୩/୨୦୨୩ –    FIH ହକି ପ୍ରୋ ଲିଗରେ ଦଳର ଘରୋଇ ମ୍ୟାଚ୍ ପୂର୍ବରୁ ହକି ଇଣ୍ଡିଆ ନୂଆ  ପ୍ରଶିକ୍ଷକ ଘୋଷଣା କରିଛି । ଭାରତୀୟ ପୁରୁଷ ହକି ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି କ୍ରେଗ ଫୁଲଟନ୍ । ଦକ୍ଷିଣ ଆଫ୍ରିକାର ୪୮ବର୍ଷୀୟ ଫୁଲଟନ୍ ପୂର୍ବରୁ ବେଲଜିୟମ ପୁରୁଷ ହକି ଟିମର ସହକାରୀ ପ୍ରଶିକ୍ଷକ ଥିଲେ ।

ସେହି ସମୟରେ ଟୋକିଓରେ ବେଲଜିୟମ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ୨୦୧୮ ରେ ଭୁବନେଶ୍ୱରରେ ବେଲଜିୟମ ଟିମ୍ ଓ୍ବାଲଡ ଡାଇଟେଲ ଜିତିଥିବା ବେଳେ କ୍ରେଗ ବେଲଜିୟମ ଟିମର କୋଚିଂ ଷ୍ଟାଫ ରହିଥିଲେ । ସେହିପରି ଫୁଲଟନ୍, ଇରିସ ପୁରୁଷ ହକି ଟିମର କୋଚ ଥିବାବେଳେ ଏହି ଟିମ୍ ଭଲ ପ୍ରଦର୍ଶନ କରି ରିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଥିଲା । ଏହି ସଫଳତା ପାଇଁ ସେ ୨୦୧୫ରେ FIH କୋଚ ଅଫ ଦି ଇୟର ଜିତିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com