ଓଡ଼ିଶା

ଆର୍ଥିକ ଅନିୟମିତତା ନେଇ ପୂର୍ବତନ ଉପ-ନଗରପାଳଙ୍କ ଘରେ ଜିଏସଟି ରେଡ୍

କେନ୍ଦୁଝର: କେନ୍ଦୁଝର ଗଡ ପୌରପାଳିକାର ପୂର୍ବତନ ଉପ-ନଗରପାଳ ତଥା ବ୍ୟବସାୟୀ ସରୋଜ ସାହୁଙ୍କ ଘରେ ସେଣ୍ଟ୍ରାଲ ଜିଏସଟି ଟିମର ଚଢ଼ାଉ । ପୋଲିସର କଡା ସୁରକ୍ଷା ମଧ୍ୟରେ ଚାଲିଛ ଚଢାଉ । ସରୋଜ ଅଫିସ ଓ ଘରେ ଚଢ଼ାଉ ଚାଲିଥିବା ସୂଚନା । କେଉଁ କେଉଁ ଦିଗରେ ଚଢ଼ାଉ ଚାଲିଛି ଓ କଣ କଣ ଅନିୟମିତତା ବର୍ତ୍ତମାନ ସୁଦ୍ଧା ଧରାପଡିଛି ତାହା ଜଣା ପଡିନାହିଁ । ସରୋଜ କିଛି ବର୍ଷ ପୂର୍ବେ ସେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ ସଂସ୍ପର୍ଶରେ ଆସିଥିଲେ ଓ ଅଳ୍ପ ଦିନ ମଧ୍ୟରେ ସନାଙ୍କର ଅତି ଘନିଷ୍ଠ ସହଯୋଗୀ ବନିଯାଇଛନ୍ତି । ଏହାସହ ଅଳ୍ପ ଦିନ ମଧ୍ୟରେ ସରୋଜ ବିନିଯାଇଛନ୍ତି କୋଟିପତି । ଆଜି ତାଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କ ନାରେ ରହିଛି କୋଟି କୋଟି ଟଙ୍କାର ଏକାଧିକ ପ୍ଳଟ ଓ ଗାଡି । ଆହୁରି ମଧ୍ୟ ସେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରୁଥିବା ସହ ଏକ ପ୍ଳାଣ୍ଟ କିଣିବାର ଯୋଜନା ଚାଲିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com