ଜାତୀୟ

ମେ ମାସ ଶେଷ ପର୍ଯ୍ୟାୟରେ ନୂଆ ସଂସଦ ଭବନ ହେବ ଉଦଘାଟନ, ଜାଣନ୍ତୁ କଣ ସବୁ ରହିଛି ସୁବିଧା

ଖୁବ୍ ଶୀଘ୍ର ଦେଶବାସୀ ଦେଖିବେ ନୂତନ ସଂସଦ ଭବନ । ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସଂସଦ ଭବନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ତେବେ ମେ ମାସ ଶେଷ ଆଡ଼କୁ ଏହାର ଉଦ୍ଘାଟନ ହେବ ବୋଲି ଆକଳନ କରାଯାଇଛି । ଏନେଇ ଜୋର୍‌ଦାର ପ୍ରସ୍ତୁତି ଚାଲିଥିବା ବେଳେ ମାସକ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ପିଏମ୍ ମୋଦୀ । ତେବେ ୨୦୧୪ ମସିହା ମେ ୨୬ରେ ନରେନ୍ଦ୍ର ମୋଦୀ ପ୍ରଧାନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଣୁ ମୋଦୀଙ୍କ ଶାସନର ୯ବର୍ଷ ପୂର୍ତ୍ତି ଅବସରରେ ନୂଆ ସଂସଦର ଉଦ୍‌ଘାଟନ କରାଯିବ । ଏଥି ପାଇଁ ଏହାର ଚତୁଃପାଶ୍ୱର୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪ ମହଲା ବିଶିଷ୍ଟ ଏହି ଭବନରେ ୧୨୨୪ ଜଣ ସାଂସଦ ବସିବା ବ୍ୟବସ୍ଥା ରହିଛି । ସୂଚନା ଅନୁଯାୟୀ ସଂସଦ ଭବନ ନିର୍ମାଣ ସେଣ୍ଟ୍ରାଲ ଭିସ୍ତାରା ପୁନଃ ବିକାଶର ଏକ ଅଂଶ । ଏହାର ନିର୍ମାଣ ଦାୟିତ୍ୱ ପାଇଛି ଟାଟା ପ୍ରୋଜେକ୍ଟ । ଏହି ନୂଆ ସଂସଦ ଭବନରେ ବଡ ହଲ୍‌, ଲାଇବ୍ରେରୀ , ପର୍ଯ୍ୟନ୍ତ ପାର୍କିଂ ସୁବିଧା ସହ ଅନେକ ଅତ୍ୟାଧୁନିକ କୋଠରୀ ରହିଛି । ଏସବୁ ହଲ୍ ଏବଂ ଅଫିସ୍ କାର୍ଯ୍ୟାଳୟ ଅତ୍ୟାଧୁନିକ ସୁବିଧା ସହ ସୁସଜ୍ଜିତ ହୋଇଛି । ଏହି ଭବନରେ ଲୋକସଭା ହଲରେ ୮୮୮ଟି ଆସନ କ୍ଷମତା ରହିବ । ଜାତୀୟ ଫୁଲ ପଦ୍ମ ଉପରେ ଡ଼ିଜାଇନ୍ ହୋଇଥିବା ରାଜ୍ୟସଭା ହଲ୍ ୩୮୪ଟି ସିଟ୍ ରହିବ । ନୂତନ ସଂସଦ ଭବନରେ ୬୫,୦୦୦ ବର୍ଗ ମିଟରର ଅଂଚଳରେ ନିର୍ମାଣ କରାଯାଇଛି। ନୂତନ ସଂସଦ ଭବନରେ ଅତ୍ୟାଧୁନିକ ଅଡିଓ-ଭିଜୁଆଲ୍ ସିଷ୍ଟମ ସହିତ ସଜ୍ଜିତ ବଡ଼ କମିଟି କୋଠରୀ ମଧ୍ୟ ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com