ଅନ୍ତର୍ଜାତୀୟଜାତୀୟରାଜନୀତି

ଦିନେଶ ଗୁନୱାର୍ଦ୍ଧନା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶ୍ରୀଲଙ୍କା ସ୍ଥିତି ବର୍ତ୍ତମାନ ଅସ୍ଥିର ରହିଛି। ଦ୍ୱୀପ ଦେଶର ଜନତା ଏ ଏମିତି ବିଦ୍ରୋହ କରିଛନ୍ତି ଯେ ସେଠାରେ ରାଜନୈତିକ ଭିତ୍ତିଭୂମି ବାରମ୍ବାର ଭୁଶୁଡ଼ିଛୁ ପୁଣି ନୂଆ ଗଢ଼ା ହେଉଛି।  ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଦେଶ ଛାଡ଼ି ପଳାଇବା ପରେ ରନୀଲ ବିକ୍ରିମସିଂଘେ ଦେଶର ନୂଆ ରାଷ୍ଟ୍ରପତି ହୋଇଛନ୍ତି।

ଏପଟେ ଆଜି(ଜୁଲାଇ୨୨) ନୂଆ ପ୍ରଧାନମନ୍ତ୍ରୀ ଭାବେ ସପଥ ନେଇଛନ୍ତି ଦିନେଶ ଗୁନୱାର୍ଦ୍ଧନା। ରାଷ୍ଟ୍ରପତି ରନୀଲ ବିକ୍ରମସିଂଘେ ରାଷ୍ଟ୍ରପତି ହେବା ପରେ ତାଙ୍କର ନୂଆ କ୍ୟାବିନେଟ୍‌କୁ ସପଥନ ପାଠ କରାଇଛନ୍ତି। ଶ୍ରୀଲଙ୍କା ରାଜନିତୀରେ ୭୩ ବର୍ଷୀୟ ଗୁନାୱର୍ଦ୍ଧନାଙ୍କର ଅନେକ ଅଭିଜ୍ଞତା ରହିଛି। ସେ ପୂର୍ବରୁ ଶ୍ରୀଲଙ୍କା ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଗାଟୋବାୟା ରାଜପାକ୍ଷେ ରାଷ୍ଟ୍ରପତି ଥିବା ବେଳେ ଗୁନାୱର୍ଦ୍ଧନା ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ।

ୱିକ୍ରେମସିଂଘେ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ରାଷ୍ଟ୍ରପତି ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଏହି ପଦବୀ ପୂରଣ ହୋଇଛି। ୭୩ ବର୍ଷୀୟ ରନୀଲ ଗୋଟାବାୟଙ୍କ ପରେ ଦେଶରେ ଅଷ୍ଟମ ରାଷ୍ଟ୍ରପତି ହୋଇଥିଲେ। ଗୋଟାବାୟା ଜନ ବିଦ୍ରୋହ ତେଜିବା ପରେ ଦେଶ ଛାଡ଼ି ଚାଲିଯିବା ସହ ସେଠାରୁ ଇସ୍ତଫା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com