ଅନ୍ୟାନ୍ୟ

ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁରରେ ପୋଲିସର ଏନକାଉଣ୍ଟରରେ 2 ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି() ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଛି। ଉସୁର ଜଙ୍ଗଲରେ ପୁଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନର ଦୁର୍ଦ୍ଦାନ୍ତ ମାଓବାଦୀ ଡିଭିସିଏମ୍ ପଦରେ ଥିବା ସୁଧାକରର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରୁ ଗୋଟିଏ ଏଲଏମଜି, ଗୋଟିଏ ସଲର ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ କରିଛି ପୁଲିସ। ଏସଟିଏଫ୍, ଡିଆରଜି ଯବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com