ଅନ୍ୟାନ୍ୟ

ପୋଲିସର ଦୌରାତ୍ମ୍ୟ । ଦିବ୍ୟାଙ୍ଗ ଶିକ୍ଷକଙ୍କୁ ନିସ୍ତୁକ ମାଡ ମାରିଲେ । ବିବସ୍ତ୍ର କରି ଆଣ୍ଠେଇଲେ ଥାନାଧିକାରୀ

ବିହାର ପୋଲିସର ଦାଦାଗିରି । ବିହାର ରୋହତାସ୍ ଜିଲ୍ଲା ନୌହଟ୍ଟା ଥାନାର ଏଏସଆଇ ଜଣେ ଦୃଷ୍ଟି ହୀନ ଶିକ୍ଷକଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କୁ ବିବସ୍ତ୍ର କରି ଆଣ୍ଠେଇ ଦେବା ଘଟଣା ସାରା ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରକୃତ ଘଟଣା ହେଉଛି, ତିଲୌଥୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ଦୃଷ୍ଟିହୀନ ସଞ୍ଜୟ କୁମାର ବିଶ୍ୱକର୍ମା । ତାଙ୍କ ସହ ତାଙ୍କ ଘରପାଖ ସମ୍ପର୍କୀୟଙ୍କର ଜମିଜମା ନେଇ ବିବାଦ ରହିଥିଲା । ସମ୍ପର୍କୀୟ ସଂଜୟ କୁମାରଙ୍କ ନା ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଆସି ତାଗିଦ୍ କରିବା ସହ ଶିକ୍ଷକଙ୍କୁ ଥାନାରେ ଯାଇ ପହଞ୍ଚିବାକୁ କହିଥିଲା । ଯେତେବେଳେ ଶିକ୍ଷକ ସଞ୍ଚୟ କୁମାର ଯାଇ ଥାନାରେ ପହଞ୍ଚିଲେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ ଥାନାଧିକାରୀ । ଏହି ଦୁର୍ବ୍ୟବହାରକୁ ଶିକ୍ଷକ ନିଜ ମୋବାଇଲେ ରେ ରେକର୍ଡ କରିବାକୁ ଚାହିଁବାରୁ ଆରମ୍ଭ ହୋଇଯାଇଥିଲା ପୋଲିସ ବାବୁଙ୍କୁ ଦୌରାତ୍ମ୍ୟ । ଶିକ୍ଷକଙ୍କୁ ନିସ୍ତୁକ ମାଡ ଦେବା ସହ ତାଙ୍କ ପୋଷାକ ଉତାରି ଦେଇଥିଲେ । ଏତିକିରେ ପୋଲିସ ବାବୁଙ୍କର ମତ ଶାନ୍ତି ହେଲାନି ଯେ, ତାଙ୍କୁ ମାଡ କାରିବା ସହ କୁକୁଡା ଭଳି ଆଣ୍ଠେଇ ଦେଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com