ଅନ୍ୟାନ୍ୟ

ଜମ୍ମୁ କାଶ୍ମୀରରୁ ୨ ଆତଙ୍କବାଦୀ ଗିରଫ; ଗ୍ରାମବାସୀଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁକାଶ୍ମୀର, ୦୩/୦୭/୨୦୨୨ – ଜମ୍ମୁକାଶ୍ମୀର ରିଆସି ଜିଲ୍ଲାର ତୁକସାନ ଗାଁରୁ ଧରାପଡିଛନ୍ତି ୨ ଆତଙ୍କବାଦୀ । ସେମାନଙ୍କୁ ନିକଟରୁ ଏକେ -୪୭ ରାଇଫଲ, ୭ଟି ଗ୍ରେନେଡ, ଗୋଟିଏ ପିସ୍ତଲ ଜବତ ହୋଇଛି । ଧରାପଡିଥିବା ଦୁଇ ଆତଙ୍କବାଦୀ ହେଉଛନ୍ତି, ଫୈଜଲ ଅହମ୍ମଦ ଡାର ଏବଂ ତାଲିବ ହୁସେନ । ଅହମ୍ମଦ ଡାର ଲସ୍କରର ପ୍ରଥମ ଶ୍ରେଣୀର ଆତଙ୍କବାଦୀ ହୋଇଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାର ଜମ୍ମୁକାଶ୍ମୀର ପୋଲିସ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗ୍ରାମବାସୀଙ୍କ ଏହି ସଫଳତା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଡିଜିପି । ଏମାନେ ବାବା ଅମରନାଥ ଯାତ୍ରା ସମୟରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ରିଆସି ଜିଲ୍ଲାରେ ବ୍ୟାପକ ଅସ୍ତ୍ରଶସ୍ତ୍ର ସହ ଜମ୍ମୁ ଜାତୀୟ ରାଜପଥରେ ସେମାନେ ଆକ୍ରମଣ ପାଇଁ ଯୋଜନା କରୁଥିଲେ । ତାଲିବ ହୁସେନ ପ୍ରଥମେ ରଜୌରୀରେ ଦୁଇଟି ଆଇଡି ବ୍ଲାଷ୍ଟ କରି ପରୀକ୍ଷା କରିଥିଲା । ପରେ ସେ ଡ୍ରୋନ ଜରିଆରେ ଯୋଗାଇ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ନେଇ ଫେରାଇ ହୋଇଯାଇଥିଲା। ତେବେ ପୋଲିସ ତାର ଦୁଇ ସହଯୋଗୀଙ୍କୁ କିଛି ସପ୍ତାହ ତଳେ ଗିରଫ କରିଥିଲା । କାଶ୍ମୀର ନିବାସୀ ଫୈଜଲ ଅହମ୍ମଦ ଡାର ସୀମାପାରରୁ ଆତଙ୍କବାଦୀ ଆକ୍ରମଣ ପାଇଁ ତାଲିବ ହୁସେନ ସହ ଯୋଗାଯୋଗ କରିଥିଲା । ତାଲିବ ଅମରନାଥ ଯାତ୍ରାରେ ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲା ଏବଂ ପରେ ସେ ତୁକସାନ ଗାଁରେ ପହଞ୍ଚି ସେଠାରେ ପ୍ରସ୍ତୁତ ହୋଇ ରହିଥିଲା । ତେବେ ସେମାନେ ଯୋଜନାରେ ସଫଳ ହେବା ପୂର୍ବରୁ ପୋଲିସ ଏବଂ ସ୍ଥାନୀୟ ଲୋକେ ତାକୁ ଧରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com