ଅନ୍ୟାନ୍ୟ

୨୦୨୩ ପାଇଁ ଗୁରୁମନ୍ତ୍ର ଦେଲେ ପୁଲିସ କମିସନର

ଭୁବନେଶ୍ୱର, ୦୨/୦୧/୨୦୨୩ –   ୨୦୨୩ରେ ଦ୍ୱୈତନଗରୀବାସୀଙ୍କୁ ସେବା ଯୋଗାଇବା ସହ ଆଇନ୍‌‌ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଛି କମିସନରେଟ ପୁଲିସ । ଏଥିପାଇଁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କମିସନରେଟ୍‌‌ ପୁଲିସ ଅଧିକାରୀଙ୍କୁ ୭ ସୂତ୍ରୀ ବିଷୟରେ ଗୁରୁମନ୍ତ୍ର ଦେଇଛନ୍ତି । ହକି ବିଶ୍ୱକପ୍‌‌, ଟ୍ରାଫିକ ପରିଚାଳନା, ଷ୍ଟ୍ରିଟ୍‌‌ କାଇମ୍‌‌, ସାଇବର ଅପରାଧ, ବ୍ରାଉନ୍‌‌ସୁଗର କାରବାର, ଆତ୍ମହତ୍ୟା ରୋକିବା, ବରିଷ୍ଠ ନାଗରିକ ସୁରକ୍ଷା, ବସ୍ତିକୁ ଚାଲ୍‌‌ ଅଭିଯାନକୁ ତ୍ୱରାନିତ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରକ୍ରିୟା ଜାରି ରହିବ ବୋଲି ପୁଲିସ କମିସନର କହିଛନ୍ତି ।

ପୁଲିସ ଆଚରଣ, ଉଚ୍ଚାରଣ ଓ ଲୋକଙ୍କୁ ସେବା ଦେବା ପ୍ରାଥମିକତା ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । କମିସନରେଟ୍‌‌ ପୁଲିସ ମୁଖ୍ୟାଳୟରେ ଆୟୋଜିତ ବୈଠକରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ବ୍ୟତୀତ ଅତିରିକ୍ତ ସିପି ଉମାଶଙ୍କର ଦାଶ, ଭୁବନେଶ୍ୱର DCPପ୍ରତୀକ ସିଂ, କଟକ DCP ପିନାକ ମିଶ୍ର ଏବଂ ଦ୍ୱୈତନଗରୀର ସମସ୍ତ ଥାନା ଅଧିକାରୀ ଓ ଜୋନ୍‌‌ ACP ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com