ଅନ୍ୟାନ୍ୟ

ମଳଦ୍ୱାର ପଟେ ଗ୍ଲାସ ପୂରାଇବା ଘଟଣାକୁ ନେଇ ଗୁଜୁରାଟ ମାନବ ଅଧିକାରଙ୍କ ନିକଟରେ ଅଭିଯୋଗ

ବ୍ରହ୍ମପୁର,୦୮/୦୯/୨୦୨୨ –  ବୁଗୁଡ଼ା ବ୍ଲକ ବାଲିପଦର ଅଞ୍ଚଳର କୃଷ୍ଣ ରାଉତଙ୍କ ମଳଦ୍ଵାର ପଟେ ଗ୍ଲାସ ପୂରାଇବା ଘଟଣାକୁ ନେଇ ଗୁଜୁରାଟମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ଏ ନେଇ ଗୁଜୁରାଟମାନବ ଅଧିକାର କମିଶନ ବୈଦ୍ୟନାଥପୁର ଥାନା ପୁଲିସକୁ ଘଟଣାର ସମସ୍ତ ବିବରଣୀ ମାଗିଛନ୍ତି । ସୂଚନାଯୋଗ୍ୟ କି କୃଷ୍ଣଙ୍କ ମଳରେ ଷ୍ଟିଲ ଗ୍ଲାସ ପଶିବା ପରେ କୃଷ୍ଣ ଏଠାରେ ଏମ୍‌କେସିଜି ମେଡିକାଲରେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରଙ୍କ ଚିକିତ୍ସା ପରେ ଅଗଷ୍ଟ ୧୯ ତାରିଖରେ ଏମ୍‌କେସିଜିରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଗ୍ଲାସଟିକୁ ବାହାର କରାଯାଇଥିଲା । ତେବେ କିପରି ଗ୍ଲାସ ପଶିଥିଲା ଏବଂ ଅସ୍ତ୍ରୋପଚାରର ବିବରଣୀ ପୁଲିସ ସଂଗ୍ରହ କରୁଛି। ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରି ଏକ ବିବରଣୀ ପ୍ରସ୍ତୁତ କରରାଯିବ। ଏହାକୁ ତୁରନ୍ତ ଗୁଜୁରାଟ ମାନବ ଅଧିକାର କମିଶନଙ୍କ ନିକଟକୁ ପଠାଯିବ ବୋଲି ସୂଚନା ମିଳିଛି । କିଛି ମଦ୍ୟପ ଯୁବକମାନେ କୃଷ୍ଣଙ୍କୁ ମାଡ଼ ମାରିବା ସହ ତାଙ୍କ ହାତ ଓ ଗୋଡକୁ ଜୋର ଜବରଦସ୍ତ ଧରି ତାଙ୍କ ମଳଦ୍ବାରରେ ସେମାନେ ଧରିଥିବା ଏକ ଷ୍ଟିଲ ଗ୍ଲାସକୁ ପୂରାଇ ଦେଇଥିଲେ । କୃଷ୍ଣ କିଛି ବୁଝିବା ପୂର୍ବରୁ ଗ୍ଲାସଟି ତାଙ୍କ ପେଟରେ ପଶି ଯାଇଥିଲା। ତାଙ୍କ ପେଟରେ ଗ୍ଲାସ ପଶିଥିବା ସେ ଜାଣି ପାରିନଥିଲେ। ତାଙ୍କ ପେଟ କାଟିବା ପରେ ସେ ସୁରଟରୁ ତୁରନ୍ତ ତାଙ୍କ ଜନ୍ମସ୍ଥାନ ଢେଉକକୁ ଟ୍ରେନ ଯୋଗେ ଫେରିଆସିଥିଲେ । ଏଠାରେ ପହଞ୍ଚିବା ପରେ ପେଟ ବ୍ୟଥା ଅଧିକ ହେବାରୁ ସେ ଏମ୍‌କେସିଜି ଆସି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com