ଅନ୍ୟାନ୍ୟ

ପୁଣି ଥରେ ଜୋର ଧରିଲା ଆଗୁଆ ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର, ୦୪/୦୪/୨୦୨୩ –    ସତରେ କଣ ହେବ ଆଗୁଆ ନିର୍ବାଚନ ? ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଚାଲିଥିଲା ବେଳେ ହଠାତ ଏ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି EVM ମେସିନ । କାହିଁକିନା ମଙ୍ଗଳବାର ହଠାତ ହାଇଦ୍ରାବାଦରୁ ହଜାର ହଜାର ସଂଖ୍ୟାରେ EVM ଏବଂ VVPAT ଓଡିଶାରେ ପହଁଞ୍ଚିଛି । ଆଉ ଏହାକୁ ନେଇ ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ନିର୍ବାଚନ ହେବା ନେଇ ପରୋକ୍ଷରେ ଇଙ୍ଗିତ କରିଥିଲେ । ଯାହାକୁ ନେଇ ସେତେବେଳେ ରାଜ୍ୟ ରାଜନୀତି ସାମାନ୍ୟ ଉଷ୍ଣ ହୋଇଥିଲା । ତେବେ ୮ ହଜାର ୨୦୦ EVM ପୁରୀ ପେଣ୍ଠକଟାସ୍ଥିତ ଓୟାର ହାଉସରେ ପହଁଞ୍ଚିଥିବା ପରେ ପୁଣି ଥରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଆହୁରି ଜୋର ଧରିଛି ।

ତେବେ ନିର୍ବାଚନ ପାଇଁ ଆଗୁଆ EVM ଆସିବା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି କହିଛନ୍ତି ଯୁଗ୍ମ ନିର୍ବାଚନ ଅଧିକରୀ । ଓଡିଶା ସହିତ ଦେଶର ଅନେକ ରାଜ୍ୟକୁ ଏହା ପଠାଯିବାର ଥିଲା । ଏହି କ୍ରମରେ ଆଜି ପୁରୀରେ ପହଞ୍ଚିଛି ? ଆଗକୁ ଅନ୍ୟାନ୍ୟ ଜିଲ୍ଲାକୁ ମଧ୍ୟ ଆସିବ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com