ଅନ୍ୟାନ୍ୟ

ପୋଖରୀରେ ବୁଡ଼ି ୩ ଶିଶୁ ମୃତ

ରାଜନଗର, ୨୩/୧୨/୨୦୨୨-  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୋଖରୀରେ ବୁଡ଼ି ୩ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ୩ ଶିଶୁ ବଗପାଟିଆ ଗାଁର । ମୃତକ ହେଲେ ୧୦ବର୍ଷୀୟ ବିଶାଳ ରାଉତ, ବିସେନ ପରିଡା ଓ ସନ୍ଦୀପ ସାହୁ । ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ପରେ ପୋଖରୀରୁ ସମସ୍ତଙ୍କୁ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଗାଁ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com