ଅନ୍ୟାନ୍ୟ

କଟକରୁ ଜବତ ଟେଲମା-୪୦ ଔଷଧ ନକଲି ପ୍ରମାଣିତ

କଟକ, ୧୭/୦୯/୨୦୨୨-   ଲାବେଲୋରୀକୁ ପଠାଯାଇଥିବା ଉଚ୍ଚ ରକ୍ତଚାପ ରୋଗର ଔଷଧ ଟେଲମା-୪୦ ନକଲି । ଗତ ଏକ ସପ୍ତାହ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଏନେଇ ଚଢାଉ ଜାରି ରହିଥିବାବେଳେ ଭେଜାଲ ଔଷଧ ବ୍ୟବହାର ଅନୁପଯୋଗୀ ବୋଲି ନୂଆ ତଥ୍ୟ ସାମ୍ନାକୁ ଆସିଛି । କଟକରୁ ଜବତ ଏହି ଔଷଧ ନକଲି ବୋଲି ପ୍ରମାଣିତ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ଏଥିସହ ୨ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଆଉ ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି ।

ପୁରୀଘାଟ ଥାନରେ ଦୁଇ ଅଭିଯୁକ୍ତଙ୍କ ଆତ୍ମ ସମର୍ପଣ ପରେ ତାଙ୍କ ବୟାନକୁ ନେଇ ପୋଲିସ ଅଧିକ ତଦନ୍ତ କରିଥିଲେ । ଅନୁସନ୍ଧାନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଲାଗିଛି । ଏନେଇ ଅଧିକ ଛାନ୍‌ଭିନ୍ ଚାଲିଥିବା ଡିସିପି କହିଛନ୍ତି । ନକଲି ମେଡିସିନ୍ ବିକ୍ରି ଅଭିଯୋଗରେ ଡ୍ରଗ୍ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା କରିବାପରେ ପୋଲିସ୍ ଏହି ମାମଲାରେ ଉପରେ ତଦନ୍ତ କରିଥିଲା ।

ନକଲି ମେଡିସନ୍ କେଉଁଠୁ ଆସୁଛି, କିଏ ଏହାକୁ ପ୍ରସ୍ତୁତ କରୁଛି, ମୁଖ୍ୟ ଖଳନାୟକ କିଏ ଏବଂ ଆଉ କେଉଁମାନେ ସମ୍ପୃକ୍ତ ସେନେଇ ଖୋଳତାଡ ଚାଲିଛି । ଟେଲମା-୪୦ ନକଲି ମେଡିସିନ୍ ବିକ୍ରି ଘଟଣାର ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇଥିଲା । ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ଭି. ଆର ଏଜେନ୍ସିର ସଂଘ ସଦସ୍ୟତା ରଦ୍ଧ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି ହୋଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com