ଅନ୍ୟାନ୍ୟ

ନକଲି ଔଷଧ ନେଇ ଡ୍ରଗର ସ୍କ୍ୱାଡ଼ ଚଢ଼ାଉ

ଭୁବନେଶ୍ୱର, ୧୨/୧୨/୨୦୨୨ –   ଓଡିଶାରୁ ଗ୍ଲେନମାର୍କ କମ୍ପାନୀର ଟେଲମା ଏଚ ଓ ଟେଲମା 40ର ନିର୍ଦ୍ଦିଷ୍ଟ ବ୍ୟାଚର ଔଷଧ ନକଲି ହୋଇଥିବା ଜଣାପଡିବା ପରେ ଦେଶବ୍ୟାପୀ ଖୋଳତାଡ଼ ଜାରି ରହିଛି । ଏ ନେଇ ସୋମବାର ଭୁବନେଶ୍ୱରରେ ୫ ଜଣିଆ ଡ୍ରଗ ସ୍କ୍ବାଡ୍ ଏକାଧିକ ସ୍ଥାନରେ ଚଢ଼ାଉ କରିଛି । ବିଭିନ୍ନ ରାଜ୍ୟରୁ ଏକାଧିକ କମ୍ପାନୀର ବହୁ ଔଷଧର ନକଲି ଜବତ ପରେ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ କମ୍ପାନୀର ନିର୍ଦ୍ଦିଷ୍ଟ ବ୍ୟାଚର ଔଷଧ ରି-କଲ କରିବାକୁ ସବୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଆଧାର କରି ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ରାଜ୍ୟର ସବୁ ଜିଲ୍ଲା ଔଷଧ ନିରୀକ୍ଷକଙ୍କୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com