ଅନ୍ୟାନ୍ୟ

ସମସ୍ତଙ୍କୁ ଚକମା ଦେଇ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ରାଜେନ୍ଦ୍ର

ଭଦ୍ରକ, ୧୪/୧୦/୨୦୨୨-   ବିଜେଡିର ଅସନ୍ତୁଷ୍ଟ ଆଶାୟୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଶୁକ୍ରବାର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ରାଜେନ୍ଦ୍ର ନିଜର ହଜାର ହଜାର ସମର୍ଥକମାନଙ୍କ ଗହଣରେ ପଦଯାତ୍ରାରେ ଆସି ଅରିତିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଭରିଛନ୍ତି । ରାଜେନ୍ଦ୍ରଙ୍କ ନାମାଙ୍କନ ଦାଖଲ ପରେ ଏହି ଉପନିର୍ବାଚନରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ।

ବିଜେଡିର ବହୁ ବରିଷ୍ଠ ନେତାଙ୍କ ସମସ୍ତ ଚେଷ୍ଟାପରେ ବି ରାଜେନ୍ଦ୍ରଙ୍କୁ ମନାଇବାରେ ବିଫଳ ହୋଇଛନ୍ତି । ଗତକାଲି ଠାରୁ ଏନେଇ ଧାମନଗର ଓ ଭଦ୍ରକରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଗୁରୁବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବିଜେଡିର ବହୁ ବରିଷ୍ଠ ନେତା ଦଳର ଜଣେ ସମର୍ଥଙ୍କ ଘରେ ରାଜେନ୍ଦ୍ରଙ୍କୁ ଡାକି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । କିନ୍ତୁ ରାଜେନ୍ଦ୍ର କିଛି ଶୁଣି ନଥିଲେ । ଏଭଳିକି ଆଲୋଚନା ମଝିରେ ରାଜେନ୍ଦ୍ରଙ୍କ ଝିଅ ହଠାତ ପହଁଞ୍ଚି ବାପାଙ୍କ ହାତ ଧତି ସେଠାରୁ ଭିଡି ନେଇ ଯାଇଥିଲେ । ସେପଟେ ବିଜେଡିରୁ ଅବନ୍ତୀ ଦାସ ନାମାଙ୍କନ ଦାଖଲ କରିଛନ୍ତି । ଏହି ନାମାଙ୍କନ ସମୟରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ପୂର୍ବରୁ ବିଜେପିରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଏବଂ କଂଗ୍ରେସତୁ ବାବା ହରେକୃଷ୍ଣ ସେଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ରାଜେନ୍ଦ୍ରଙ୍କ ନାମାଙ୍କନ ପରେ ଧାମନଗରରେ ଏକ ଚତୁର୍ମୁଖୀ ଲଢେଇ ସ୍ପଷ୍ଟ ହୋଇଛି । ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପୂର୍ବରୁ ରାଜେନ୍ଦ୍ରଙ୍କୁ ମନାଇ ନାମାଙ୍କନ ପ୍ରତ୍ୟାହାର ପାଇଁ ବିଜେଡି ପକ୍ଷରୁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି । ନିର୍ବାଚନ ବିଜୟ ପାଇଁ ବିଜେପି ଓ କଂଗ୍ରେସ କସରତ ଆରମ୍ଭ କରିଦେଇଛନ୍ତି । ବିଜେପି ପାଇଁ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ଭଲ ପ୍ରଦର୍ଶନ ପାଇଁ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଇଛି । ବିଶେଷକରି ବିଜେଡିର ଅର୍ନ୍ତବିବାଦର ଗୋଳିଆପାଣିରୁ ଫାଇଦା ଉଠାଇବାକୁ ଦୁଇ ବିରୋଧୀ ବିଜେପି ଏବଂ କଂଗ୍ରେସ ଅଣ୍ଟା ଭିଡିଛନ୍ତି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com