ଅନ୍ୟାନ୍ୟ

ନିଖୋଜ ଯୁବକଙ୍କ ମୃତ ଦେହ ଉତ୍ତରା କେନାଲରୁ ଉଦ୍ଧାର

ବାଲିଅନ୍ତା, ୦୮/୦୯/୨୦୨୨ –  ବନମାଳିପୁରରୁ ନିଖୋଜ ଯୁବକଙ୍କ ମୃତ ଦେହ ଉତ୍ତରା କେନାଲରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ କେନାଲରେ ଦୁର୍ଗନ୍ଧ ହେବା ସହ ଏକ ମୃତଦେହ ଭାସୁଥିବା ନେଇ ଉତ୍ତରା ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି  ଫାଣ୍ଡି ଅଧିକାରୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ସେଠାରେ ପହଞ୍ଚି ମୃତ ଦେହକୁ ଉପରକୁ ଆଣିଥିଲେ ।

ମୃତକ ଜଣଙ୍କ ହେଲେ ବାଲିପାଟଣା ଥାନା ଅନ୍ତର୍ଗତ ମଝିହରା ଗ୍ରାମର ନୃସିଂହ ପୃଷ୍ଟି । ମୃତ ନୃସିଂହ ପୃଷ୍ଟି ଘରୁ ଅଟୋ ଯୋଗେ କେଉଁଆଡ଼େ ଚାଲିଯାଇଥିଲେ । ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ମୃତ ଦେହ ମିଳିବା ପରେ ଏବେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com