ଅନ୍ୟାନ୍ୟ

ଭାରତରେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

କେରଳ, ୧୮/୦୭/୨୦୨୨- ଦେଶରେ ମଙ୍କିପକ୍ସର ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉକ୍ତ ବ୍ୟକ୍ତି ଜଣକ ମଧ୍ୟ କେରଳର ହୋଇଥିବା ଜଣାପଡିଛି। ତାଙ୍କ  ପାଖରେ ଲକ୍ଷଣ ଦେଖାଯିବା ପରେ କୁନ୍ନୁର ପରିୟାରାମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବ୍ୟକ୍ତି ଜଣଙ୍କର ସାମ୍ପୁଲ ନ୍ୟାସନାଲ ଇନଷ୍ଟ୍ୟୁଚୁଟ୍ ଅଫ ବାୟୋଲୋଜିକୁ ପରୀକ୍ଷା ପାଇଁ ପଠାଇଯାଇଥିଲା। ଯାହା ପଜିଟିଭ୍ ଆସିଛି। କେରଳ ସ୍ୱାସ୍ଥ୍ୟ ସଚିବ ଏନେଇ ସୂଚନା ଦେଇଛନ୍ତି। ବ୍ୟକ୍ତି ଜଣକ “ୟୁଏଇ”ରୁ ଆସି ମାଙ୍ଗାଲୁର ବିମାନ ବନ୍ଦରରେ ଓହ୍ଲାଇ ଥିଲେ।  ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କଠାରେ ଲକ୍ଷଣ ଦେଖାଯାଇଥିଲା।  କେରଳରେ ଦୁଇଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ୫ ବିମାନ ବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରିଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କାର୍ ଡ୍ରାଇଭର, ପରିବାର ଲୋକେ ଏବଂ ସହଯାତ୍ରୀମାନଙ୍କୁ ନୀରିକ୍ଷଣରେ ରଖାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୂଚନାନୁସାରେ ଏପର୍ଯ୍ୟନ୍ତ ବିଶ୍ୱର ୬୩ ଦେଶରେ ୯ ହଜାରୁ ଅଧିକ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇସାରିଲେଣି। ମେ ମାସ ପରେ ଏହି ଭାଇରସ୍ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି। ଏହି ରୋଗ ଅର୍ଥୋପକ୍ସ ଜୀବାଣୁଙ୍କର ଅଟେ। ମଙ୍କିପକ୍ସର ଲକ୍ଷଣ ମୁଣ୍ଡବିନ୍ଧା, ଜ୍ୱର, ଥକାପଣ, ଶରୀରରେ ଯନ୍ତ୍ରଣା, ଥଣ୍ଡା, ଫୁଲା ଆଦି ଅନ୍ତର୍ଭୁକ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com