ଅନ୍ୟାନ୍ୟ

 ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ

ବ୍ରହ୍ମପୁର ; ୨୯-୦୮ ବେଆଇନ ଭାବେ ବିଦ୍ୟୁତ ମିଟର ପରିବର୍ତ୍ତନ ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ସ୍ଥାନୀୟ କୋର୍ଟପେଟା ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବିଜେପି ର ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଆସି ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜାନୁୟାରୀ ୨୦୨୧ ଠାରୁ ଟାଟା ପାୱାର (ଟିପିଏସଓଡିଏଲ) ଦକ୍ଷିଣ ଓଡିଶା ତଥା ବ୍ରହ୍ମପୁର ସହରର ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ବିତରଣ ଦାୟୀତ୍ୱ ନେଇଛି । ତେବେ ଟାଟା ପାୱାର ଜନସାଧାରଣଙ୍କୁ ବିଦ୍ୟୁତ ସେବା ଯୋଗାଇବା ରେ ସଂପୂର୍ଣ୍ଣ ବିଫଳ ହୋଇଛି । ସହରରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋ ଭୋଲଟେଜ ଯୋଗୁଁ ସର୍ବସାଧାରଣ ହନ୍ତସନ୍ତ ହେଉଛନ୍ତି ।   ସଂନ୍ଧ୍ୟା ସମୟରେ  ସମଗ୍ର ସହରର ବିଦ୍ୟୁତ ସେବା ବନ୍ଦ ରହୁଛି । ରାତି ଅଧରେ ବିଦ୍ୟୁତ କାଟ ହେଉଛି ଯାହାର ଫଳ ସରୂପ ଅପରାଧ ମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହେଉଛି । ଲୋକଙ୍କୁ ସେବା ଯୋଗାଇବା ବଦଳରେ ଟାଟା ପାୱାର ନିଜର କ୍ଷମତାର ଦୁରୂପଯୋଗ କରି ନିଜର ବ୍ୟବସାୟ ବୃଦ୍ଧି କରିବା ଉଦ୍ଦେଶ୍ୟ ରଖି ଅସାଧୁ ଉପାୟ ଅବଲମ୍ବନ ପୂର୍ବକ ମିଟର ପରିବର୍ତନ ପ୍ରକ୍ରିୟା ଆରମ୍ଭ କରିଛି ।  ସଠିକ ଚାଲୁଥିବା ମିଟର ଗୁଡିକୁ ସର୍ବସାଧାରଣଙ୍କ ବିନା ଅନୁମତିରେ ଟାଟା ପାୱାର ଦ୍ଵାରା ପରିବର୍ତନ କରାଯାଉଛି ।ଓଡ଼ିଶାର କୌଣସି ସ୍ଥାନରେ ପ୍ରି ପେଇଡ୍ ଇଲେକ୍ଟ୍ରି ମିଟର ବ୍ୟବସ୍ଥା ଚାଲୁ ହୋଇନଥିବା ବେଳେ ଏବଂ ରାଜ୍ୟ ସରକାର ଓଡିଶାରେ ପ୍ରି ପେଇଡ୍ ଇଲେକ୍ଟ୍ରି ମିଟର ବ୍ୟବସ୍ଥା କରିବା ନେଇ ସର୍ବସାଧାରଣରେ କୌଣସି ଘୋଷଣା କରିନଥିବା କିମ୍ବା ସର୍ବସାଧାରଣରେ ଟାଟାକୁ ଅନୁମତି ପ୍ରଦାନ କରିନଥିବା ବେଳେ ଟାଟା ପାୱାର ଦ୍ବାରା ବ୍ରହ୍ମପୁର ସହରକୁ ଏହି ବ୍ୟବସ୍ଥାର ପ୍ରୟୋଗଶାଳା କରାଯାଇଛି ଯାହାକି ଅତି ନିନ୍ଦନୀୟ । ଏହି ବିକ୍ଷୋଭ କାର୍ଯ୍ୟକ୍ରମ ବିଜେପିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ କାହ୍ନୁ ଚ଼ରଣ ପତିଙ୍କ ନେତୢତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,କର୍ପୋରେଟର ତଥା ଜିଲ୍ଲା ସମ୍ପାଦକ ପ୍ରଦୀପ ଶତପଥି, ଡ଼ି.କରୁଣାକର,ରଞ୍ଜିତା ବେହେରା, ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ବର୍ଷା ବିଦ୍ୟୁସ୍ମିତା,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଶିବ ଶଙ୍କର ନାୟକ,ଅଭିମନ୍ୟୁ ସାହୁ, ସିଏଚ୍.ଆପନା,ପ୍ରବୀର ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତ୍ତା ସାମିଲ ହୋଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com