ଅନ୍ୟାନ୍ୟ

ଏବେ ବୁକିଂ କଲେ କେବେ ପାଇବେ ?

ଭୁବନେଶ୍ୱର, ୨୪ /୦୪/୨୦୨୩ –  ଗାଡିକୁ ନେଇ ଲୋକଙ୍କର ରହିଥାଏ ଭିନ୍ନ ଭିନ୍ନ ସଉକ । ଏଥିପାଇଁ କେହି ଗାଡିର ଡିଜାଇନକୁ ପସନ୍ଦ କରିଥାନ୍ତି ତ ଆଉ କେହି ଗାଡିର ରଙ୍ଗକୁ ପସନ୍ଦ କରିଥାନ୍ତି । ସେହିପରି କିଛି ଲୋକ କମ୍ପାନି ଦେଖି ମଧ୍ୟ ଗାଡି କିଣିଥାନ୍ତି । ତେବେ ଏହା ଭିତରେ ଚାରି ଚକିଆ ଗାଡିକୁ ନେଇ ଆସିଛି ବଡ ଅପଡେଟ ।

ଅନ୍ୟ ଗାଡିଗୁଡିକ ତୁଳନାରେ ଦିନକୁ ଦିନ ଏସୟୁଭି ଗାଡିର ଚାହିଦା ବହୁତ ବଢିବାରେ ଲାଗିଛି । ଏଥିପାଇଁ ଅନେକି କମ୍ପାନି ମାର୍କେଟକୁ ବିଭିନ୍ନ ମଡେଲର ଏସୟୁଭି ବଜାରକୁ ଛାଡୁଛନ୍ତି । ଆଉ ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ରହିଛି ମାରୁତି ସୁଜୁକି । କାରଣ ଏହି ଗାଡି ଗୁଡିକର ଇଞ୍ଜିନ ଆଉ ମାଇଲେଜ ସବୁଠାରୁ ଭଲ । ବର୍ତ୍ତମାନ ମାରୁତି ସୁଜୁକିର ନୂଆ ଭାରିଆଣ୍ଟ ଭିଟାରା ଏବଂ ଗ୍ରାଣ୍ଡ ଭିଟାରା ବଜାରକୁ ଛାଡିଛି । ଯାହାର ଡିମାଣ୍ଡ ବହୁତ ଅଧିକ ।

ଏହାକୁ କିଣିବାପାଇଁ ସୋରୁମରେ ଲାଗିଛି ଲମ୍ବା ଲାଇନ । ହେଲେ ଏଥିପାଇଁ ଗ୍ରାହକମାନଙ୍କୁ କରିବାକୁ ପଡିବ ଲମ୍ବା ପ୍ରତୀକ୍ଷା । କାରଣ ବର୍ତ୍ତମାନ ସୁଦ୍ଧା ଲକ୍ଷେ ୪୦ ହଜାର ପେଣ୍ଡିଙ୍ଗ ଅର୍ଡର ରହିଛି । ତେବେ ଆପଣ ଯଦି ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୬ ମାସ ଅପେକ୍ଷା କରିବାକୁ ପଡିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com