ଅନ୍ୟାନ୍ୟ

ଜାନୁଆରୀ ୨୭ରେ BMCର ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର, ୨୩/୦୧/୨୦୨୩ –    ଜାନୁଆରୀ ୨୭ରେ ଆସିବ BMCର ପୂର୍ଣ୍ଣାଙ୍ଗ ବଜେଟ । BMCର କର୍ପୋରେସନ ବୈଠକ ପୂର୍ବରୁ ଶେଷ ହୋଇଛି ବିଭିନ୍ନ ଷ୍ଟାଣ୍ଡିଂ କମିଟି ବୈଠକ । ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୬୭୬.୫୭ କୋଟି ଟଙ୍କାର ଚିଠା ବଜେଟ ପ୍ରସ୍ତୁତ ହୋଇଛି । ଯାହାକୁ ନେଇ ୨୭ତାରିଖରେ ବିସ୍ତୃତ ଆଲୋଚନା କରାଯିବ ଏବଂ ସରକାରୀ ଅନୁମୋଦନ ପାଇଁ ପଠାଯିବ ।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୬୭୬.୫୭ କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ରଖାଯାଇଥିବା ବେଳେ ୬୧୬.୨୯କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଚଳିତ ଥର ରାଜସ୍ୱ ଆଦାୟ ପାଇଁ ଥିବା ଲକ୍ଷ୍ୟ ଧାର୍ଯ୍ୟ ହେବ ବୋଲି ମେୟର ସୁଲୋଚନା ଦାସ ଓ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ କହିଛନ୍ତି ।

ଚଳିତ ବଜେଟରେ ୱାର୍ଡ଼ ଅଫିସ ପ୍ରତିଷ୍ଠା, ରାସ୍ତାଘାଟ, ପରିମଳ, ଶ୍ମଶାନର ନିର୍ମାଣ, ପୋଖରୀ ପୁନଃରୁଦ୍ଧାର, କମ୍ୟୁନିଟି ସେଣ୍ଟର ଆଦି ବିଭିନ୍ନ ପ୍ରକଳ୍ପକୁ ସ୍ଥାନ ଦିଆଯାଇଛି । ବଡ ବଡ ଟିକସ ଖିଲାପିଙ୍କୁ ଚିହ୍ନଟ କରାଯିବା ସହ ଟିକସ ପଇଠ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମେୟର ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com