ଅନ୍ୟାନ୍ୟ

ଦଶହରାରେ ରାଲି ବାହାର କରିବାକୁ ଉଦ୍ଧବଙ୍କ ଗୋଷ୍ଠୀକୁ ଅନୁମତି ଦେଲେ ମୁମ୍ବାଇ ହାଇକୋର୍ଟ

ମୁମ୍ବାଇ, ୨୩/୦୯/୨୦୨୨-  ମୁମ୍ବାଇ ହାଇକୋର୍ଟ ଦଶହରାରେ ଶିବାଜୀ ପାର୍କରୁ ରାଲି ବାହାର କରିବାକୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଅନୁମତି ଦେଇଛନ୍ତି । ଉଦ୍ଧବଙ୍କ ଗୋଷ୍ଠୀ ଅକ୍ଟୋବର ୨ ରୁ ୬ ତାରିଖ ମଧ୍ୟରେ ପୂର୍ବ ବର୍ଷମାନଙ୍କ ଭଳି ଚଳିତବର୍ଷ ଶିବାଜୀ ପାର୍କରୁ ଦଶହରା ରାଲି ବାହାର କରିପାରିବେ । ଆଗକୁ ଦଶହରା ଆସୁଥିବାରୁ ଉଭୟ ଉଦ୍ଧବ ଓ ବିଦ୍ରୋହୀ ଏକନାଥ ସିନ୍ଦେ ଗୋଷ୍ଠୀ ଶିବାଜୀ ପାର୍କରୁ ରାଲି ବାହାର କରିବା ନେଇ ପ୍ରଥମେ ବିଏମସିରେ ଆବେଦନ କରିଥିଲେ ।

ଏ ନେଇ ବିଏମସି କିଛି ନିଷ୍ପତ୍ତି ନ ନେଇ ପାରିବାରୁ ଉଭୟ ଗ୍ରୁପ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରବାର କୋର୍ଟ ଏହି ମାମଲାର ଶୁଣାଣି କରି ଉଦ୍ଧବଙ୍କ ଗ୍ରୁପକୁ ରାଲି ବାହାର କରିବାକୁ ଅନୁମତି ଦେଇଥିବା ବେଳେ ସିନ୍ଦେ ଗୋଷ୍ଠୀର ଆବେଦନକୁ ଖାରଜ କରିଛନ୍ତି । ଆଜକୁ ୪୦ ବର୍ଷ ହେଲା  ଶିବସେନା ଗୋଷ୍ଠୀ ଶିବାଜୀ ପାର୍କରୁ ଦଶହରା ରାଲି ବାହାର କରିଆସୁଛି । ଉଦ୍ଧବ ଓ ଏକନାଥଙ୍କ ମଧ୍ୟରେ ବିଦ୍ରୋହ ପରେ ଉଦ୍ଧବଙ୍କ ପ୍ରଥମ ବିଜୟ ହୋଇଥିବାରୁ ତାଙ୍କ ଗୋଷ୍ଠୀରେ ଖୁସିର ଲହରୀ ଖେଳି ଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com