ଅନ୍ୟାନ୍ୟ

ଇଲେକ୍ଟ୍ରିକ ତାରରେ ଫସିଗଲା ବିମାନ,ସମସ୍ତେ ସୁରକ୍ଷିତ

ଭୁବନେଶ୍ୱର: ଆମେରିକାର ମେରିଲ୍ୟାଣ୍ଡ କାଉଣ୍ଟିରେ ରବିବାର ସନ୍ଧ୍ୟାରେ ଏକ ଛୋଟ ବିମାନ ଇଲେକ୍ଟ୍ରିକ ତାରରେ ଅଟକି ଯାଇଥିଲା। ତେବେ ଦୁର୍ଘଟଣାରେ ବିମାନରେ ଥିବା ଦୁଇ ଯାତ୍ରୀଙ୍କ କୌଣସି କ୍ଷତି ହୋଇ ନାହିଁ। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ। ।

ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଏକ ବିବୃତ୍ତିରେ କହିଛି ଯେ , ରବିବାର ଦିନ ପ୍ରାୟ ୫:୪୦ ସମୟରେ ଗାଇଟର୍ସବର୍ଗର ମଣ୍ଟଗୋମେରୀ କାଉଣ୍ଟି ଏୟାରପାର୍କ ନିକଟରେ ଏକ ବିମାନ ବିଦ୍ୟୁତ୍ ଲାଇନରେ ଖସିପଡିଥିଲା। ବିମାନରେ ଦୁଇଜଣ ଲୋକ ଅଛନ୍ତି ବୋଲି FAA କହିଛି।

ମଣ୍ଟଗୋମେରୀ କାଉଣ୍ଟି ଫାୟାର ଆଣ୍ଡ ରେସକ୍ୟୁ ସର୍ଭିସର ମୁଖ୍ୟ ମୁଖପାତ୍ର ପିଟ ପିରିଙ୍ଗର ଟ୍ୱିଟରରେ କହିଛନ୍ତି ଯେ ବିମାନରେ ଥିବା ଲୋକମାନେ ସୁରକ୍ଷିତ ଅଛନ୍ତି ଏବଂ ଉଦ୍ଧାରକାରୀମାନେ ଯୋଗାଯୋଗରେ ଅଛନ୍ତି। ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ବିମାନରେ ତିନି ଜଣ ଲୋକ ଅଛନ୍ତି କିନ୍ତୁ ପରେ ଦୁଇଜଣ ଲୋକ ଅଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com