ଅନ୍ୟାନ୍ୟ

ବିଏସ୍‌ଏଫ୍‌ ଗୁଳି ଚଳାଇବାରୁ ପାକିସ୍ତାନକୁ ପଳାଇଗଲା ପଞ୍ଜାବର ଅମୃତସରରେ ବୋମା ପକାଉଥିବା ଡ୍ରୋନ୍‌

ଅମୃତସର: ମଙ୍ଗଳବାର ରାତିରେ ପଞ୍ଜାବର ଅମୃତସର ଅନ୍ତର୍ଗତ ଅଜ୍‌ନଲ୍‌ ତହସିଲ୍‌ ଅଞ୍ଚଳର ପଞ୍ଜଗ୍ରହିଆନ୍‌ ସୀମାନ୍ତ ଆଉଟ୍‌ପୋଷ୍ଟ୍‌ରେ ଡ୍ରୋନ୍‌ଟାଏ ବିସ୍ଫୋରକ ପକାଉଥିବା ବେଳେ ‘ବର୍ଡର୍‌ ସିକ୍ୟୁରିଟ୍‌ ଫୋର୍ସ’ର ଯବାନମାନେ ଗୁଳି ଚାଳାଇବାରୁ ଉକ୍ତ ଆତଙ୍କବାଦ ଉଦ୍ୟମ ଭଣ୍ଡୁର ହୋଇଯାଇଛି।
ଜାଗ୍ରତ ଥିବା ଯବାନମାନେ ଉକ୍ତ ଡ୍ରୋନ୍‌ ଉପରକୁ ଗୁଳି ବର୍ଷଣ କରିବା କ୍ଷଣି ତାହା କୌଣସିମତେ ପାକିସ୍ତାନ ଅଞ୍ଚଳକୁ ଖସି ପଳାଇଥିଲା। ସନ୍ଦିଗ୍ଧ କାର୍ଯ୍ୟକଳାପ ବିଚାରି ଘଟଣା ପରେ ପରେ ଅବିଳମ୍ବେ ‘ବିଏସ୍‌ଏଫ୍‌’ ସେ ଅଞ୍ଚଳରେ କମ୍ବିଂ ଅପରେସନ୍‌ ଆରମ୍ଭ କରି ଦୁଇଟି ସ୍ଥାନରୁ ବିସ୍ଫୋରକ ପାଇଥିଲା। ସମ୍ପ୍ରତି ସେ ଅଞ୍ଚଳରେ ଆହୁରି ଅଧିକ ତଲାସ ଚାଲିଛି।
ଭାରତକୁ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର, ନଗଦ ଅର୍ଥ ଏବଂ ଡ୍ରଗ୍‌ ପଠାଇବା ପାଇଁ ସୀମା ଆରପଟୁ ଆତଙ୍କବାଦୀମାନେ ନିୟମିତ ଭାବେ ଡ୍ରୋନ୍‌ ବ୍ୟବହାର କରୁଛନ୍ତି। ତେଣୁ, ଅଧିକ ସତର୍କତା ଅବଲମ୍ବନ କରିଥିବା ନିରାପତ୍ତା ବଳ ଭାରତ ସୀମାନ୍ତ ଅଞ୍ଚଳରେ ‘ଆଣ୍ଟି-ଡ୍ରୋନ୍‌’ ଅଭିଯାନ ଚଳାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com