ଅନ୍ୟାନ୍ୟ

ଟ୍ରକରେ ଲାଗିଗଲା ନିଆଁ : ଜଳିଗଲା ୪୦ ଇଭି ସ୍କୁଟର୍

ନାସିକ() ଜଳିଗଲା ୪୦ରୁ ଅଧିକ ଇଭି ସ୍କୁଟର୍ । ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ଏକ ଟ୍ରକରେ ନିଆଁ ଲାଗି ୪୦ଟି ଇଲେକ୍‌ଟ୍ରିକ୍ ସ୍କୁଟର ଜଳି ଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି ।

ପୋଲିସର ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ଏକ ଟ୍ରକ ୪୦ରୁ ଅଧିକ ଇଲେକ୍ଟ୍ରିକ୍ ସ୍କୁଟର୍ ଧରି ନାସିକରୁ ଆଗ୍ରା ଅଭିମୁଖେ ଯାଉଥିଲା । ଏହା ଆଗ୍ରାରୁ ବେଙ୍ଗାଲୁରୁ ଯାଇଥାନ୍ତା । କିନ୍ତୁ ଜାତୀୟ ରାଜପଥରେ ପହଁଚିବାର କିଛି ସମୟ ପରେ ଏଥିରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଏନେଇ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଏକ ଘଣ୍ଟା ମଧ୍ୟରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା ।

ଜଳିଗଲା ୨୦ ଗାଡି

ପୋଲିସର କହିବାନୁସାରେ, ଟ୍ରକରେ ଥିବା ୪୦ଟି ଇଲେକ୍ଟ୍ରିକ୍ ଗାଡିରୁ ୨୦ଟି ଜଳି ପାଉଁଶ ହୋଇଯାଇଛି । କିନ୍ଥୁ ସ୍ଥାନୀୟ ଲୋକେ ସମସ୍ତ ୪୦ଟି ଗାଡି ଜଳି ଯାଇଥିବା ପ୍ରକାଶ କରିଛନ୍ତି । ତେବେ କଣ ପାଇଁ ନିଆଁ ଲାଗିଲା ସେନେଇ ତଦନ୍ତ ହେବ । ଇଭି ସ୍କୁଟର୍ କମ୍ପାନୀ ଏକ୍ସପର୍ଟ ଟିମକୁ ପଠାଇ ତଦନ୍ତ କରିବ ବୋଲି ପ୍ରକାଶ କରିଛି ।

ସରକାର ମଧ୍ୟ କରିବେ ତଦନ୍ତ

କେଉଁ କାରଣରୁ ବାଇକରେ ନିଆଁ ଲାଗିଲା ସେନେଇ ତଦନ୍ତ ଜାରି ରହିଛି । ମହାରାଷ୍ଟ୍ର ସରକାର ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସଡକ ଓ ପରିବହନ ମନ୍ତ୍ରାଳୟ ଡିଆରଡିଓକୁ ତଦନ୍ତ ପାଇଁ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com