ଅନ୍ୟାନ୍ୟ

ରାଜ୍ୟରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର, ୧୬/୦୨/୨୦୨୩ –     ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ବଢ଼ିବ ତାପମାତ୍ରା । ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ୩୮ ରୁ ୪୦ ଡିଗ୍ରୀ ପାରା ଛୁଇଁପାରେ । ତାପମାତ୍ରା ବୃଦ୍ଧି ସହ କଲବଲ କରିବ କୁହୁଡି ।

ଆଜି ୭ଟି ଜିଲ୍ଲାରେ ଘନ କୁହୁଡି ଦେଖାଦେଇଛି । କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା ଏବଂ ଢେଙ୍କାନାଳକୁ ଘନ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି । ସେହିପରି ଆସନ୍ତାକାଲି ଖୋର୍ଦ୍ଧା, କଟକ, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଢେଙ୍କାନାଳ ଏବଂ ଅନୁଗୁଳରେ ଘନ କୁହୁଡି ଦେଖାଦେବ । ୧୮ ତାରିଖ ପରେ ବଦଳିବ ପାଣିପାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com