ଅନ୍ୟାନ୍ୟ

ସାଇବର ଅପରାଧ ରୋକିବାକୁ କମିଶନରେଟ୍ ପୋଲିସର ମାଷ୍ଟର ପ୍ଲାନ

 ଭୁବନେଶ୍ୱର , ୧୭/୧୧/୨୦୨୨-    ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ ସାଇବର ଅପରାଧ ରୋକିବାର ମନ୍ତ୍ର । ନିଜେ କମିଶନରେଟ ପୋଲିସ ଏହି କାର୍ଯ୍ୟ କରିବା ସହ ଏଥିନେଇ ଆଗେଇ ଆସିଛି । ଦିନକୁ ଦିନ ବଢି ଚାଲୁଥିବା ସାଇବର ଅପରାଧକୁ ନେଇ ପାଠ ପଢାଯିବ । ଏନେଇ କମିସନରେଟ ପୋଲିସ ତରଫରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ରାଜଧାନୀର ସମସ୍ତ ସ୍କୁଲରେ ସାଇବର କ୍ରାଇମ ସଚେତନ ନେଇ କର୍ମଶାଳା ଅନୁଷ୍ଠିତ ହେବ । ପୋଲିସର ଏହି ନୂଆ ଯୋଜନା ଅନୁସାରେ ୧୦ରୁ ୧୨ଟି ସାଇବର ଠକେଇ ବିଷୟରେ ପାଠ ପଢ଼ାଯିବା ସହ ବିଦ୍ୟାର୍ଥୀଙ୍କୁ ସଚେତନତା ପୁସ୍ତିକା ପ୍ରଦାନ କରାଯିବ ।

ଇତି ମଧ୍ୟରେ ପୋଲିସ ମୁଖ୍ୟାଳୟରେ ଭୁବନେଶ୍ୱରର ୧୦୦ଟି ସ୍କୁଲର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଏଥିରୁ ୫୦ଟି ସ୍କୁଲ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ । ସ୍କୁଲ କର୍ତ୍ତୃପକ୍ଷ ଓ ପୋଲିସ ଅଧିକାରୀଙ୍କୁ ନେଇ ଏକ ହ୍ୱାଟସଆପ ଗ୍ରୁପ ଗଠନ କରାଯିବ । ଏଥିସହିତ ସ୍କୁଲ ସ୍ତରରେ ସିକ୍ୟୁରିଟି କ୍ଲବ ମଧ୍ୟ ଗଠନ ହେବ । ହ୍ୱାଟଆପ୍ ଗ୍ରୁପରେ ସ୍କୁଲର କମ୍ପ୍ୟୁଟର ଶିକ୍ଷକ ଓ ଅନ୍ୟ ଶିକ୍ଷକ ରହିବେ । ସେହିପରି ସାଇବର ସିକ୍ୟୁରିଟି କ୍ଲବରେ ୫ ଜଣ ରହିବେ । ଦୁଇଜଣ ଛାତ୍ର, ଜଣେ ଛାତ୍ରୀ ଓ ୨ ଜଣ ଶିକ୍ଷକ ଉକ୍ତ କ୍ଲବରେ ସ୍ଥାନ ପାଇବେ । ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ସାଇବର ବିଶେଷଜ୍ଞ ସେଥିରେ ଭାଗ ନେବେ । ଏହି ବୈଠକରେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀପ ସିଂ, ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କମିସନରେଟ୍ ପୋଲିସ ଏହି ନୂଆ ଅଭିନବ ପ୍ରୟାସ ଦ୍ୱାରା ସାଇବର ଅପରାଧ ରୋକିବାକୁ ସୁଫଳ ମିଳିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com