ଅନ୍ୟାନ୍ୟ

ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ

 ଭୁବନେଶ୍ୱର, ୨୮ /୧୧ /୨୦ ୨୨-   ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରଥମେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ପରେ ବାର କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦର ଚେତାବନୀ ପରେ ବି  ଆନ୍ଦୋଳନରୁ  ଓହରି ନଥିଲେ ଓକିଲ । ଏବେ ରାଜ୍ୟରେ ଚାଲିଥିବା ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଡିସେମ୍ବର ୧୬ ସୁଦ୍ଧା ଓକିଲମାନେ ଆନ୍ଦୋଳନ ପ୍ରତ୍ୟାହାର ନକଲେ ବାର କାଉନ୍ସିଲ ଅଫ ଇଣ୍ଡିଆରୁ ସଂପୃକ୍ତ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରାଯିବ ବୋଲି, କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଏହି ମାମଲାରେ ସୁପ୍ରିମକୋର୍ଟ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ, ବାର୍ କାଉନସିଲ୍ ଅଫ ଓଡ଼ିଶା ଏବଂ ଓଡ଼ିଶାର ସମସ୍ତ ଜିଲ୍ଲାର ବାର୍ ଆସୋସିଏସନକୁ  ବ୍ୟକ୍ତିଗତ ଭାବରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ନ୍ୟାୟିକ ଅଧିକାରୀ, ମହକିଲଙ୍କୁ ସୁରକ୍ଷା ଦିଆଯିବ ।  ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବାକୁ ପୋଲିସକୁ ନିର୍ଦ୍ଦେଶ ରହିଛି ।  କୋର୍ଟ ଚଳେଇବା ପାଇଁ ଆବଶ୍ୟକ ହେଲେ, ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଉ ବୋଲି କୁହାଯାଇଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com