ଅନ୍ୟାନ୍ୟ

ଏମିତି ରେକଡିଂ ହୁଏ ‘ମନ କି ବାତ’ କାର୍ଯ୍ୟକ୍ରମ

୧୦୦ ତମ ଏପିସୋଡରେ ମନର କଥା କହିଲେ ପ୍ରଧାନମନ୍ତ୍ରୀ, କିନ୍ତୁ କେମିତି ହୁଏ ଏହାର ରେକଡିଂ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର, ୩୦/ ୦୪/ ୨୦୨୩ –    ଆଜି ସେଞ୍ଚୁରି ମାରିଛି ‘ମନ କି ବାତ’ କାର୍ଯ୍ୟକ୍ରମ । ଦେଶବାସୀଙ୍କ ସହିତ ଯୋଡି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ ‘ମନ କି ବାତ’ କାର୍ଯ୍ୟକ୍ରମ । ୨୦୧୪ ଅକ୍ଟୋବର ୩ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଆଜି ଶହେ ତମ ଅଧ୍ୟାୟ ପୁରିଛି । ହେଲେ ଏହା ପୂର୍ବରୁ କେନ୍ଦ୍ର ସରକାର ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରେଡିଓ ଶୋ କେମିତି ରେକର୍ଡ କରାଯାଏ ତାହା ଦେଖିବାକୁ ମିଳିଛି ।

ଭିଡିଓଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେକର୍ଡିଂ ଷ୍ଟୁଡିଓକୁ ଯିବା ପୂର୍ବରୁ ଟେକ୍ନିସିଆନ ଗ୍ରୁପ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଏହାପରେ ଷ୍ଟୁଡିଓ ଭିତରେ ବିନା କୌଣସି ଲିଖିତ ସ୍କ୍ରିପ୍ଟରେ ରାଷ୍ଟ୍ରକୁ ସମ୍ବୋଧିତ କରୁଛନ୍ତି । ମନକି ବାତ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି ।

ତେବେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ପ୍ରତି ମାସ ଶେଷ ରବିବାର ୧୧ଟାରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଅଲ ଇଣ୍ଡିଆ ରେଡିଓ ଏବଂ ଦୂର ଦର୍ଶନରେ ପ୍ରସାରିତ ହୋଇ ଆସୁଛି । ତେବେ ଆଜି ଏହି ମାସିକିଆ କାର୍ଯ୍ୟକ୍ରମର ଐତିହାସିକ ଏପିସୋଡ ମିଳିତ ଜାତିସଂଘର ମୁଖ୍ୟାଳୟରେ ସିଧା ପ୍ରସାରଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com