ଅନ୍ୟାନ୍ୟ

ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ

ଇଣ୍ଡୋନେସିଆ, ୧୦/୦୧/୨୦୨୩ –    ସୋମବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୩୪୨କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପ ଝଟକା ଇଣ୍ଡୋନେସିଆ ଠାରୁ ୨୦୦୦କିଲୋମିଟର ଦୂର ଅଷ୍ଟ୍ରେଲିଆ ଏବଂ ଈଷ୍ଟ ତିମୋର ପର୍ଯ୍ୟନ୍ତ ଅନୁଭୂତ ହୋଇଛି ।

ୟୁରୋପୀୟ ସେସମୋଲୋଜି ସେଣ୍ଟର ଅନୁଯାୟୀ, ୭.୭ ତୀବ୍ରତା ଚଳିତ ବର୍ଷର ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଉଛି । ଭୂକମ୍ପ ପରେ ଭୟଭୀୟ ହୋଇ ଲୋକେ ଘର ବାହାରକୁ ଚାଲି ଆସିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com