ଅନ୍ୟାନ୍ୟ

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ଭୁବନେଶ୍ୱର, ୨୯/୧୦/୨୦୨୨ –   ପ୍ରାକୃତିକ ବିପର୍ଯ୍ୟୟର ସଚେତନତା, ପ୍ରସ୍ତୁତି ଏବଂ ମୁକାବିଲା ନେଇ ଶନିବାର ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଯୋଗଦେଇ ସମ୍ବୋଧିତ କରିଥିଲେ ।

ଏଥିରେ ବିପର୍ଯ୍ୟୟ ଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତି ସ୍ଥାପକତାରେ ଗୋଷ୍ଠୀର ଭୂମିକା ବିଷୟବସ୍ତୁ ଉପରେ ଆଲୋଚନା କରା ଯାଇଥିଲା । ବିପର୍ଯ୍ୟୟ ବେଳେ ସରକାରୀ ପଦକ୍ଷେପ, ଆଶ୍ରୟସ୍ଥଳୀ ତଥା ଗୋଷ୍ଠୀସ୍ତରୀୟ ସ୍ୱେଚ୍ଛାସେବୀଙ୍କୁ ଆଶ୍ରୟସ୍ଥଳୀ ପରିଚାଳନା, ସନ୍ଧାନ ଓ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ତାଲିମ୍ ଦିଆଯାଉଥିବା ନେଇ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ସତ୍ୟବ୍ରତ ସାହୁ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, ମିଳିତ ଜାତିସଂଘର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଓଡ୍ରାଫ୍, ଅଗ୍ନିଶମ, ଏନଡିଆରଏଫ୍, ରେଡ଼କ୍ରସ ଅଧିକାରୀ ଓ ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ । ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡ଼ିଶାରେ ପ୍ରଳୟଙ୍କାରୀ ମହାବାତ୍ୟା ହୋଇ ଧନଜୀବନ ନଷ୍ଟ ହୋଇଥିଲା ।

ଏଥିପାଇଁ ପ୍ରତିବର୍ଷ ଏହି ଦିନକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରୁଛନ୍ତି ଓଡ଼ିଶା ସରକାର। ସେପଟେ ଏହି ଅବସରରେ ଏକ ସଚେତନତା ମିନି ମାରାଥନ ଆୟୋଜିତ ହୋଇଥିଲା । ଏହି ମାରାଥାନ୍ କଳିଙ୍ଗ ଷ୍ଟାଡିୟମରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇ ପୁଣି ଷ୍ଟାଡିୟମକୁ ଫେରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com