ଅନ୍ୟାନ୍ୟ

ମଦୁଆ ପୋଲିସ୍ ସାବଧାନ୍ ! ଚାଲିଯିବ ଖାକି ବର୍ଦ୍ଦି

ଏଣିକି ମଦୁଆ ପୋଲିସ୍‌ଙ୍କୁ ଆଊ ନାହିଁ ନିସ୍ତାର । ଟିକେ ଖିଲାଫ କଲେ ସିଧା ଉତ୍ତୁରିବ ଖାକି ବର୍ଦ୍ଦି । ପୋଲିସ ବାବୁଙ୍‌କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ମଦ ପିଇଲେ ସାବାଡ଼ କରିବାକୁ ଦିଆଯିବ ବାଧ୍ୟତାମୂଳକ ଅବସର । ଏହାର ସିଧା ଅର୍ଥ ଏହା ଯେ ଯଦି ନାଲିପାଣି ପାଟିରେ ପଡ଼ିଲା ତେବେ ସେପଟେ ଚାକିରି ଗଲା । ଏହି ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା । ମଦ୍ୟପ ପୋଲିସ୍ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ପାଇଁ ଆସାମ ସରକାର ପ୍ରସ୍ତୁତ ହୋଇଛନ୍ତି। ସେ କହିଛନ୍ତି ଯେ ‘ମଦ୍ୟପାନ’ କାରଣରୁ ରାଜ୍ୟରେ ପ୍ରାୟ ୩୦୦ ପୋଲିସ ଅଧିକାରୀଙ୍କୁ ସ୍ୱେଚ୍ଛାକୃତ ଅବସର ଦିଆଯିବ । ଯାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ମଧ୍ୟ ଗୃହ ବିଭାଗର ଦାୟିତ୍ୱ ତୁଲାଇଛନ୍ତି। ଏକ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି, “ଏ ବାବଦରେ ପୁରୁଣା ନିୟମ ଅଛି କିନ୍ତୁ ଆମେ ଏହାକୁ ବ୍ୟବହାର କରିନାହୁଁ।”
ଏହି ନିୟମ ଅନେକ ରାଜ୍ୟରେ ପ୍ରଯୁଜ୍ୟ କିନ୍ତୁ ଆସାମରେ ଏହା ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ହିମନ୍ତ କହିଛନ୍ତି ଯେ ଏହି ଭିଆରଏସ ନେଇଥିବା ପୋଲିସ ଅଧିକାରୀମାନେ ଦରମା ପାଇବେ କିନ୍ତୁ ତାଙ୍କ ସ୍ଥାନରେ ନୂତନ ଅଧିକାରୀ ଡ୍ୟୁଟି କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com