ଅନ୍ୟାନ୍ୟ

ପାରଳାଖେମୁଣ୍ଡିରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ଗଜପତି , ୧୧ /୧୦/୨୦୨୨-   ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ସୋମବାର ବିଳମ୍ବିତ ରାତିରେ ପେଟରେ ବ୍ୟଥା ହେବାରୁ ପରିବାର ଲୋକେ ପ୍ରଥମେ ଗୁରାଣ୍ଡି ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ସେଠାରେ ଡ଼ାକ୍ତର ନଥିବାରୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ କୈାଣସି ଡାକ୍ତର ନଥିବା ବେଳେ ଡ୍ୟୁଟିରେ ଥିବା ନର୍ସ ବାଳକକୁ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବାପରେ ହଠାତ୍ ବାଳକର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଶିଶୁ ଜଣକ ହେଉଛନ୍ତି ଗୁରାଣ୍ଡି ଗାଁର ଅନୀଲ ବିଶୋଇଙ୍କ ପୁଅ । ଏନେଇ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com