ଅନ୍ୟାନ୍ୟ

ମାଛ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍ : ୫ ଶ୍ରମିକଙ୍କ ମୃତ୍ୟୁ, ୩ ଚିକିତ୍ସିତ

ମାଙ୍ଗାଲୁରୁ() କର୍ଣ୍ଣାଟକ ମାଙ୍ଗାଲୁରୁ ସ୍ଥିତ ଏକ ମତ୍ସ୍ୟ ଫ୍ୟାକ୍ଟ୍ରିରେ ଦୁର୍ଘଟଣା । ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମାଙ୍ଗାଲୁରୁ ସ୍ଥିତ ବାଜପେ ଅଞ୍ଚଳରେ ଥିବା ଏକ ମତ୍ସ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରେ ଏହି ଦୁର୍ଘଟଣା ଘଟିଛି । ରବିବାର ସନ୍ଧ୍ୟା ସମୟରେ ଫ୍ୟାକ୍ଟ୍ରିର ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଟାଙ୍କି ସଫା ବେଳେ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ଶ୍ରମିକମାନେ ଶ୍ବାସରୁଦ୍ଧ ହୋଇଯାଇଥିଲେ । ଏହାପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ରବିବାର ହୋଇଯାଇଥିବା ବେଳେ ଅନ୍ୟ ୨ ଜଣଙ୍କର ସୋମବାର ସକାଳେ ମୃତ୍ୟୁ ହୋଇଛି । ବର୍ତ୍ତମାନ ୩ ଜଣଙ୍କ ଚିକିତ୍ସା ଚାଲିଛି । ଏହି ଟାଙ୍କି ୨୦ଫୁଟ ଗଭୀର ହୋଇଥିବା ବେଳେ ସେଥିରେ ମାଛମାନଙ୍କର ବର୍ଜ୍ୟବସ୍ତୁ ଜମା ହୋଇଥାଏ ।

ଏହି ମାମଲାରେ ପୋଲିସ ଆଇପିସି ଧାରା ୩୦୪ ଆଧାରରେ ମାମଲା ରୁଜୁ କରିଛି । ଏହାସହ ଫ୍ୟାକ୍ଟ୍ରିର ମ୍ୟାନେଜର ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଶ୍ରୀ ଉଲକା ଏଲ ଏଲ ପି ଓ୍ବେଷ୍ଟ୍ ପ୍ରୋସେସିଂ ୟୁନିଟ୍ ନାମକ ଏହି ଫ୍ୟାକ୍ଟ୍ରିର ମାଲିକ ମୁମ୍ବାଇରେ ରୁହନ୍ତି  |

Related Articles

Back to top button
WP Twitter Auto Publish Powered By : XYZScripts.com