ଅନ୍ୟାନ୍ୟ

ରାସନ ଦୋକାନ ଅଗ୍ନିକାଣ୍ଡରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର, ୩୦ /୦୯/୨୦୨୨-  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ କଲେଜ ଛକ ନିକଟରେ ଥିବା ଏକ ରାସନ ଦୋକାନରେ ଗତ ୧୯ ତାରିଖ ମଧ୍ୟାହ୍ନରେ ହୋଇଥିବା ଅଗ୍ନିକାଣ୍ଡରେ ଗୁରୁତର ଥିବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ପ୍ରତିମା ଗୌଡ଼ । ଭୀଷ୍ମଗିରି ଗ୍ରାମ କଲେଜ ଛକ ନିକଟରେ ସୀମାଞ୍ଚଳ ଗୌଡ଼ ଏକ ରାସନ ଦୋକାନ କରି ପରିବାର ପରିପୋଷଣ କରୁଥିଲେ ।

ଉକ୍ତ ଦୋକାନରେ ସେମାନେ ପେଟ୍ରୋଲ ଓ ଡିଜେଲ ମଧ୍ୟ ବିକ୍ରି କରୁଥିଲେ । ଅନ୍ୟ ମନସ୍କ ଯୋଗୁଁ ବେରେଲରୁ ପେଟ୍ରୋଲ ଢ଼ାଳିବା ସମୟରେ ତଳେ ପଡିଯାଇଥିଲା ଏବଂ ଦୋକାନରେ ପୂଜା ପାଇଁ ଲାଗିଥିବା ଦୀପର ନିଆଁ ସଂସ୍ପର୍ଶରେ ଆସି ନିମିଷେକ ମଧ୍ୟରେ ଦୋକାନରେ ନିଆଁ ଲାଗିଯାଇଥିଲା । ଏଥିରେ ପ୍ରତିମା ଗୌଡ଼ଙ୍କ ଦେହରେ ନିଆଁ ଲାଗି ତାଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ଜଳିଯାଇଥିଲା । ସୀମାଞ୍ଚଳ ସାମାନ୍ୟ ଆହତ ହୋଇଥିଲେ । ଗୁରୁତର ପ୍ରତିମାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ପରିବାର ଲୋକ ପକ୍ଷରୁ ତାଙ୍କୁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com